କୋଣାର୍କ ଏକ୍ସପ୍ରେସରେ ବୋମା ଆତଙ୍କ

ଭୁବନେଶ୍ବର: ଭୁବନେଶ୍ବରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସରେ ବୋମା ଆତଙ୍କ । ଟ୍ରେନରେ ବୋମା ଥିବା ନେଇ ସୂଚନା ମିଳିବା ପରେ ସିକନ୍ଦରାବାଦ ନିକଟସ୍ଥ ଚର୍ଲପଲ୍ଲୀ ଷ୍ଟେସନରେ କୋଣାର୍କ ଏକ୍ସପ୍ରେସ ଅଟକି ରହିଛି ।
ବୋମା ଥିବା ସନ୍ଦେହରେ ସମସ୍ତ ଯାତ୍ରୀଙ୍କୁ ଟ୍ରେନରୁ ଓହ୍ଲାଇ ଦିଆଯାଇଛି । ବମ୍ ସ୍କ୍ୱାଡ ଦ୍ବାରା ଟ୍ରେନ୍ ଭିତରେ ସର୍ଚ୍ଚ ଅପରେସନ ଚାଲିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି ।

Comments are closed.