ପୂର୍ବତନ ପୋଲିସ ଡିଜି ଅଭୟ ହେଲେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନର ଅଧ୍ୟକ୍ଷ

ଭୁବନେଶ୍ବର: ପୂର୍ବତନ ପୋଲିସ୍ ଡିଜି ଅଭୟଙ୍କୁ ରାଜ୍ୟ ସରକାର ନୂଆ ନିଯୁକ୍ତି ଦେଇଛନ୍ତି। ଅଭୟଙ୍କୁ ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ କମିସନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଏ ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ ନିୟମ ଅନୁସାରେ ଅଭୟ ଦାୟିତ୍ବ ନେବା ତାରିଖଠାରୁ ଏହି ପଦବିରେ ୫ ବର୍ଷ କିମ୍ବା ତାଙ୍କୁ ୬୨ ବର୍ଷ ବୟସ ହେଲା ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ସେହିପରି ଦରମା ଓ ଅନ୍ୟାନ୍ୟ ସୁବିଧା ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ କମିସନ ନିୟମ ଅନୁସାରେ ବ୍ୟବସ୍ଥା କରାଯିବ।

ପୂର୍ବତନ ଡିଜିପି ଅଭୟଙ୍କୁ ରାଜ୍ୟ ସରକାର ନୂଆବର୍ଷ ୨୦୨୨ରେ ନୂଆ ଦାୟିତ୍ବ ଦେଇଥିଲେ। ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅଭୟ ୨୦୨୧ ଡିସେମ୍ବର ୩୧ ତାରିଖରେ ଡିଜିପି ପଦରୁ ଅବ୍ୟାହତି ନେବା ପରେ ନାର୍କୋଟିକ୍ସ ଡ୍ରଗ୍ସ ସଂପର୍କିତ ରାଜ୍ୟ ଟା‌କ୍ସଫୋର୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ।

Comments are closed.