କରୋନା ଅପଡେଟ୍: ଦେଶରେ ୯୭୫ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ କୋଭିଡ-୧୯ର ୯୭୫ ଟି ନୂଆ ମାମଲା ରିପୋର୍ଟ ହୋଇଛି । ଏଥିସହ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୩୦,୪୦,୯୪୭ କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ତଥ୍ୟରେ ଏହି ସୂଚନା ଦିଆଯାଇଛି।
ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୧,୩୬୬ କୁ ବୃଦ୍ଧି ପାଇଛି।

ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ କରୋନା ମହାମାରୀରୁ୯୭୫ ମୃତ୍ୟୁ ସଂଖ୍ୟା ୫,୨୧,୭୪୭ କୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ମୋଟ ମାମଲାର ମାତ୍ର ୦.୦୩ ପ୍ରତିଶତ ହୋଇଥିବାବେଳେ ଜାତୀୟ ଆରୋଗ୍ୟ ହାର ୯୮.୭୬ ପ୍ରତିଶତ ରହିଛି।

ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ରୋଗୀଙ୍କ ସଂଖ୍ୟାରେ ୧୭୫ ବୃଦ୍ଧି ଘଟିଛି।

ମନ୍ତ୍ରଣାଳୟ କହିଛି ଯେ ଏପର୍ଯ୍ୟନ୍ତ ଭାରତରେ ୧୮୬.୩୮ କୋଟିରୁ ଅଧିକ ଡୋଜ୍ କୋଭିଡ୍-୧୯ ଟିକା ଦିଆଯାଇଛି।

Comments are closed.