ସୋନିଆଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର, କଂଗ୍ରେସରେ ଯୋଗ ଦେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ରାଜନୈତିକ ଦଳର ରଣନୀତିକ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିବା ପ୍ରଶାନ୍ତ କିଶୋର ଆଜି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ତାଙ୍କ ୧୦ ଜନପଥ ସ୍ଥିତ ବାସଭବନରେ ସାକ୍ଷାତ କରିଛନ୍ତି | ସୋନିଆଙ୍କ ସହ ସାକ୍ଷାତ ପରେ କିଶୋରଙ୍କ କଂଗ୍ରେସରେ ଯୋଗ ଦେବା ଚର୍ଚ୍ଚା ପୁଣି ଜୋର ଧରିଛି ।

କିଶୋର-ସୋନିଆ ସାକ୍ଷାତ ସମୟରେ କଂଗ୍ରେସର ବହୁ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ। ସୋନିଆ ଙ୍କୁ ଭେଟିବା ପରେ କିଶୋର କିଛି ବଡ ଘୋଷଣା କରିବାକୁ ଯାଉଛନ୍ତି ବୋଲି ମନେ କରାଯାଉଛି।

ଗୁଜୁରାଟ ନିର୍ବାଚନରେ ​​ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସ ଏକ ବଡ଼ ଭୂମିକା ଦେଇପାରେ ବୋଲି ଗତ କିଛି ଦିନ ହେବ କଳ୍ପନାଜଳ୍ପନା ଚାଲିଛି। ଏହାପୂର୍ବରୁ ଏକ ସାକ୍ଷାତକାରରେ ପ୍ରଶାନ୍ତ ନିଜେ ନିଜର ରାଜନୈତିକ ଭବିଷ୍ୟତ ବିଷୟରେ ଏକ ବଡ଼ ଘୋଷଣା କରିବା ବିଷୟରେ କହିଥିଲେ।

Comments are closed.