ପେପରଲେସ କାମ ପାଇଁ ଓଡ଼ିଶା ବିଧାନସଭା ନମ୍ବର ୧

ଭୁବନେଶ୍ବର – ପେପରଲେସ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ଭଲ ପ୍ରଦର୍ଶନ କରିଛି । ଏହି କାର୍ଯ୍ୟକ୍ରମରେ ଦେଶରେ ଓଡିଶା ବିଧାନସଭା ଏକ ନମ୍ବର ହୋଇଛି । ଏହିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁରସ୍କୃତ ହେବ ଓଡିଶା ବିଧାନସଭା । ଏହି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ବାଚସ୍ପତି କହିଛନ୍ତି ଯେ, କେବଳ ଏକମାତ୍ର ରାଜ୍ୟ ଭାବେ ଓଡିଶା ପାଇବ ଏହି ଏକ୍ସିଲେନସି ଆୱାର୍ଡ । ଆସନ୍ତା 22 ତାରିଖରେ ରାଜ୍ୟକୁ ଏହି ପୁରସ୍କାର ଦିଆଯିବ । ବିଧାନସଭା ସଚିବ ଓ ୨ ଜଣ ଅଧିକାରୀ ରାଜ୍ୟ ପକ୍ଷରୁ ପୁରସ୍କାର ଗ୍ରହଣ କରିବେ ।

Comments are closed.