ଚାପି ଦେଲା ଟ୍ରକ, ବାଇକ ଆରୋହୀ ମୃତ

ବରଗଡ: ଜିଲ୍ଲା ଭଟଲି ଛକ ନିକଟରେ ଥିବା ହିରୋ ସୋରୁମ ସମ୍ମୁଖରେ ଏକ ସଡ଼କ ଦୁର୍ଘଟଣା ହୋଇଛି ।ଏକ ଟ୍ରକ ଚକ ତଳେ ପଡ଼ିଯାଇ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ହେଲେ ମୃତକଙ୍କ ପରିଚୟ ମିଳିପାରି ନାହିଁ ।

ତେବେ ଏନେଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଦେଖାଯାଇଥିଲା । ଉତ୍ୟକ୍ତ ଲୋକେ ରାସ୍ତାରୋକ ଆନ୍ଦୋଳନ କରିଥିଲେ। ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦାବି କରିବା ସହିତ ଭଟଲି ରୋଡ଼ରେ ପ୍ରତିଦିନ ହେଉଥିବା ଟ୍ରାଫିକ ସମସ୍ୟା କାରଣରୁ ଏପରି ଦୁର୍ଘଟଣା ଘଟୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।

Comments are closed.