ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କଲେ ପଞ୍ଜାବ ସରକାର

ଚଣ୍ଡିଗଡ଼: କରୋନା ସଂକ୍ରମଣ ବଢୁଥିବାରୁ ପଞ୍ଜାବର ଆମ୍ ଆଦମୀ ପାର୍ଟି ସରକାର ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ।
ପଞ୍ଜାବ ସରକାର ଏକ ବିବୃତ୍ତି ଜାରି କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିରେ କୁହାଯାଇଛି ଯେ କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଉଛି। ଜନଗହଳି ପୂର୍ଣ୍ଣ ସ୍ଥାନରେ ଫେସ୍ ମାସ୍କ ଲଗାଇବା ଜରୁରୀ |

ସାଧାରଣ ପରିବହନ, ଟ୍ରେନ୍ ଏବଂ ଟ୍ୟାକ୍ସି ବ୍ୟବହାର କରିବା ସମୟରେ ମଧ୍ୟ ମାସ୍କ ପିନ୍ଧିବାକୁ ପଡିବ | ଏହାଛଡ଼ା ଶ୍ରେଣୀଗୃହ ଏବଂ କାର୍ଯ୍ୟାଳୟରେ ମାସ୍କ ଲଗାଇବା ବାଧ୍ୟତାମୂଳକ କରାଯାଇଛି | ତେବେ ମାସ୍କ ନ ପିନ୍ଧିଲେ ଜରିମାନା ଆଦାୟ ସମ୍ପର୍କରେ ପଞ୍ଜାବ ସରକାରଙ୍କ ବିବୃତିରେ କିଛି ଉଲ୍ଲେଖ କରାଯାଇ ନାହିଁ ।

ପଞ୍ଜାବରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବୁଧବାର ରାଜ୍ୟରେ ୩୦ ନୂଆ ମାମଲା ରିପୋର୍ଟ ହୋଇଛି । ଏହା ସହ ପଞ୍ଜାବରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୧୦୦ ଟପିଛି।

ପୂର୍ବରୁ ଉତ୍ତର ପ୍ରଦେଶ, ହରିୟାଣା ଓ ଦିଲ୍ଲୀରେ ମଧ୍ୟ ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରାଯାଇଛି ।

Comments are closed.