ଆଫଗାନିସ୍ତାନ: ମସଜିଦରେ ବିସ୍ଫୋରଣ, ପାଞ୍ଚ ମୃତ, ୬୫ ଆହତ

କାବୁଲ:ଗୁରୁବାର ଆଫଗାନିସ୍ତାନର ଏକ ମସଜିଦରେ ଶକ୍ତିଶାଳୀ ବିସ୍ଫୋରଣ ହୋଇଛି। ସୂଚନା ଅନୁଯାୟୀ, ମଜାର-ଇ-ସରିଫ ସହରର ମସଜିଦରେ ଏହି ବିସ୍ଫୋରଣ ଘଟିଛି ଯେଉଁଥିରେ ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୫ ଜଣ ଆହତ ହୋଇଛନ୍ତି। ଏପ୍ରିଲ ୧୯ରେ କାବୁଲର ଏକ ସ୍କୁଲ ତିନୋଟି ବିସ୍ଫୋରଣରେ ଥରି ଉଠିଥିଲା | ଏଥିରେ ୬ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ଏଥିସହ ଡଜନେରୁ ଅଧିକ ଆହତ ହୋଇଥିଲେ। କାବୁଲ ନିକଟ ଅବଦୁଲ ରହୀମ ସହିଦ ହାଇସ୍କୁଲରେ ଏହି ବିସ୍ଫୋରଣ ଘଟିଥିଲା ।

Comments are closed.