ବିପୁଳ ପରିମାଣର କୋରେକ୍ସ ଜବତ, ଜଣେ ଗିରଫ

ବରଗଡ଼: ବରଗଡ଼ ଜିଲ୍ଲା ଭଟଲି ବ୍ଲକ ବଡ଼ମାଲ ଗାଁରେ କୋରେକ୍ସ କରବାର କରାଯାଉଥିବା ଖବର ପାଇ ଚଢ଼ାଉ କରିଥିଲା ବରଗଡ଼ ପୁଲିସ । ଏହି ଚଢ଼ାଉରେ ପୁଲିସକୁ ବଡ଼ ସଫଳତା ମିଳିଛି । ସେଠାରେ ସୂର୍ଯ୍ୟକାନ୍ତ ସାହୁଙ୍କ ଘରୁ ୧୩୯୦ ବୋତଲ କୋରେକ୍ସ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ଅଧିକ ହେବ ପୁଲିସ କହିଛି ।

ବରଗଡ ଜିଲ୍ଲାପାଳ ମନିଷା ବାନାର୍ଜୀଙ୍କ ନିର୍ଦ୍ଦେଶ ମୁତାବକ ଅଧିକ୍ଷକ ପ୍ରଦୀପ ପଟ୍ଟନାୟକ ଓ ନିରୀକ୍ଷକ ଗୁପ୍ତେଶ୍ୱର ପ୍ରଧାନ ଓ ରଶ୍ମିତା ଲାକ୍ରାଙ୍କୁ ନେଇ ଏକ ଟିମ ଅଭିଯୁକ୍ତର ଘରେ ଅତର୍କିତ ଚଢ଼ାଉ କରିଥିଲା । ଏନେଇ ଏକ ମାମଲା ନମ୍ୱର ୨୧ (ବି) ଏନଡିପିଏସ ୧୯୮୫ ଧାରାରେ ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଛି ।

Comments are closed.