ଜାମିନ ପାଇବା ପରେ ପୁଣି ଗିରଫ ହେଲେ ଜିଗ୍ନେଶ ମେବାନୀ

ନୂଆଦିଲ୍ଲୀ: ଜାମିନ ପାଇବା ପରେ ଦଳିତ ନେତା ତଥା ଗୁଜରାଟର ବିଧାୟକ ଜିଗ୍ନେଶ ମେବାନୀଙ୍କୁ ପୁଣି ଏକ ମାମଲାରେ ଗିରଫ କରାଯାଇଛି। ଅଧିକାରୀଙ୍କୁ ଆକ୍ରମଣ ଅଭିଯୋଗରେ ଜିଗ୍ନେଶ ମେଭାନୀଙ୍କୁ ଗିରଫ କରାଯାଇଛି ବୋଲି ଆସାମ ପୋଲିସ କହିଛି ।

କିଛି ସମୟ ପୂର୍ବରୁ ଆସାମର ଏକ କୋର୍ଟ ଜିଗ୍ନେଶ ମେବାନୀଙ୍କୁ ଜାମିନ ପ୍ରଦାନ କରିଥିଲେ। ଗତ ଗୁରୁବାର ଆସାମ ପୋଲିସ ତାଙ୍କୁ ଗୁଜରାଟରୁ ଗିରଫ କରିଥିଲା। ଆସାମର କୋକରାଝରରେ ସ୍ଥାନୀୟ ବିଜେପି ନେତା ମେବାନୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ମେବାନୀଙ୍କ କିଛି ଟ୍ୱିଟ୍ ଉପରେ ଆପତ୍ତି ଉଠାଇ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ ବିଜେପି ନେତା। ମେବାନୀ ଅଭିଯୋଗ କରିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶରେ ତାଙ୍କୁ ହଇରାଣ କରାଯାଉଛି ।

Comments are closed.