ଜିଲ୍ଲା ଓକିଲ ସଂଘ ପକ୍ଷରୁ ମଧୁସୂଦନ ଦାସ ଜୟନ୍ତୀ ପାଳନ

ବରଗଡ : ବରଗଡ ଜିଲ୍ଲା ଓକିଲ ସଂଘ ପକ୍ଷରୁ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ସମାରୋହରେ ବରଗଡ ଜିଲ୍ଲା ଦୌରାଜଜ ଅସୀମ ଦଳବେହେରା ମୁଖ୍ୟଅତିଥି ଓ ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୋତସ୍ଵିନି କର ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ମୁଖ୍ୟଅତିଥି ଶ୍ରୀ ଦଳବେହେରା ଓକିଲ ସଂଘ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସଙ୍ଘର ମହିଳା ସଦସ୍ୟାମାନଙ୍କ ଦ୍ବାରା ପ୍ରସ୍ତୁତ ସଂଘର ପ୍ରାଚୀର ପତ୍ର ନ୍ୟାୟଶିଖାକୁ ଉନ୍ମୋଚନ କରିଥିଲେ ।

ଜିଲ୍ଲା ଓକିଲ ସଂଘ ବରଗଡ଼ ସଂଘର ସମ୍ମିଳନୀ କକ୍ଷରେ ଜିଲ୍ଲା ଓକିଲ ସଂଘର ସଭାପତି ଚନ୍ଦ୍ରଧ୍ଵଜ ଜାଲଙ୍କ ସଭାପତିତ୍ୱରେ ସାଧାରଣ ସମ୍ପାଦକ ହରିହର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଜୟନ୍ତୀ ସମାରୋହ ଅବସରରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଓକିଲାତିରେ ୩୫ ବର୍ଷ ରୁ ଉର୍ଦ୍ଧ୍ବ ସଂଘକୁ ସେବା ଦେଇଥିବା ବରିଷ୍ଠ ଆଇନଜୀବୀ ପଞ୍ଚାନନ ମିଶ୍ର , ଯଜ୍ଞେଶ୍ଵର ସାହୁ , ମଧୁସୂଦନ ପଣ୍ଡା , ଅଶ୍ବିନୀ ଦାଶ , ଶୀଧର ସାହ , ରଦ ପ୍ରତାପ ପଣ୍ଡା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଯୁଗ୍ମ ସମ୍ପାଦକ ରାଜେନ୍ଦ୍ର ମହାନ୍ତି ଧନ୍ୟବାଦ ଦେଇଥିଲେ ।

Comments are closed.