ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ବିଜେପି କର୍ମୀଙ୍କ ଆକ୍ରମଣ

ଦେବଗଡ: ବିଜେପିର ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ ହେବା ପରେ ଏବେ ବିଜେପି କର୍ମୀ ମଧ୍ୟ ହିଂସାତ୍ମକ ରାସ୍ତା ଧରିଛନ୍ତି। ବିଧାୟକଙ୍କ ଗିରଫ ପ୍ରତିବାଦରେ ଆଜି ଦେବଗଡ ବିଜେପି ବନ୍ଦ ଡାକରା ଦେଇଥିଲା। ଏହି ବନ୍ଦ ଡାକରାକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଥିଲା। ଖବର ସଂଗ୍ରହ ପାଇଁ ଏକ ଟିଭିର ଚ୍ୟାନେଲର ସାମ୍ବାଦିକ ବ୍ରିଜେଶ ସାହୁ ଯାଇଥିବାବେଳେ ତାଙ୍କ ଉପରେ ବିଜେପି କର୍ମୀମାନେ ଆକ୍ରମଣ କରିଛନ୍ତି। ସାମ୍ବାଦିକଙ୍କୁ ବିଜେପି କର୍ମୀ ଆକ୍ରମଣ କରିବା ଘଟଣାକୁ ସବୁ ମହଲରୁ ନିନ୍ଦା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ତଥା ଓୟୁଜେର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ମଧ୍ୟ ନିନ୍ଦା କରିଛନ୍ତି ।

Comments are closed.