ରାଷ୍ଟ୍ରର ପ୍ରଗତିରେ ଶ୍ରମିକ ମାନଙ୍କ ଯୋଗଦାନ ଅମୁଲ୍ୟ – ଡା.ରାସେଶ୍ୱରୀ

ସମ୍ବଲପୁର:  ଶ୍ରମିକ ମାନଙ୍କ ଶ୍ରମ,ନିଷ୍ଠା ଓ ପ୍ରତିବଦ୍ଧତା ହିଁ ବିକାଶର ମୂଳ ଆଧାର |ସାରା ବିଶ୍ୱକୁ ଶ୍ରମିକ ମାନଙ୍କ ଅବଦାନ ଅତୁଳନୀୟ |ତେବେ ରାଷ୍ଟ୍ର ଗଠନ ତଥା ରାଜ୍ୟର ପ୍ରଗତିରେ ଶ୍ରମିକ ମାନଙ୍କ ଅମୁଲ୍ୟ ଯୋଗଦାନ ରହିଛି ବୋଲି ବିଜୁ ଜନତା ଦଳ ପ୍ରବକ୍ତା ତଥା ରାଜ୍ୟ ସାଧାରଣ ସମ୍ପାଦିକା,ପୂର୍ବତନ ବିଧାୟିକା ଡ଼ା ରାସେଶ୍ୱରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି |ମଇ ୧ ଶ୍ରମିକ ଦିବସ ଅବସରରେ “ବିଜୁ ନିର୍ମାଣ ଶ୍ରମିକ ସଂଘ” ପକ୍ଷରୁ ରବିବାର ସନ୍ଧ୍ୟା ସମୟରେ ଶାନ୍ତି ନଗର ସ୍ଥିତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସଭାରେ ଡ଼ା ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଶ୍ରମିକ କଲ୍ୟାଣ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ |ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ମୋତିଲାଲ ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଶ୍ରମିକ ମାନଙ୍କୁ ବ୍ୟାଙ୍କ ଜରିଆରେ ମିଳୁଥିବା ସୁବିଧା ସୁଯୋଗ ବାବଦରେ ଅବଗତ କରାଇଥିଲେ | |”ବିଜୁ ନିର୍ମାଣ ଶ୍ରମିକ ସଂଘ” ସଭାପତି ସୁଧାଂଶୁ ଶେଖର ମହାରଣା ସଭାରେ ସଭାପତିତ୍ୱ କରିଥିବାବେଳେ ଶ୍ରମିକ ମାନଙ୍କୁ ସଂଗଠିତ କରିବାରେ ବିଶେଷ ଭୂମିକା ନେଇଥିବା ଇ . ବାସୁଦେବ ରେଡଡି ଏବଂ ସୌରୀ ନାରାୟଣ ପାଣିଗ୍ରାହୀଙ୍କୁ ମୁଖ୍ୟ ଅତିଥି ଉପଢ଼ୋକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ |ଏହି ସଭାରେ ବହୁ ସଂଖ୍ୟାରେ ଶ୍ରମିକ ମାନେ ଯୋଗାଦେଥିବା ବେଳେ ସଂଘର ସମ୍ପାଦକ କୁଳ ଶେଖର ବାରିକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.