ପଟିଆଲା ଆଇନ ବିଶ୍ବବିଦ୍ୟାଳୟରେ କରୋନା ବିସ୍ଫୋରଣ, ୬୦ ଛାତ୍ର ପଜିଟିଭ୍

ପଟିଆଲା: ପଞ୍ଜାବର ପଟିଆଲା ସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ କରୋନା ବିସ୍ଫୋରଣ । ବିଶ୍ବବିଦ୍ୟାଳୟର ୬୦ ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ପରେ କ୍ୟାମ୍ପସକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି |

ବିଶ୍ୱବିଦ୍ୟାଳୟରେ ବହୁ ସଂଖ୍ୟକ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିବା ପରେ ପ୍ରଶାସନ ଛାତ୍ରଛାତ୍ରୀମାନଙ୍କୁ ମେ ୧୦ ତାରିଖ ସୁଦ୍ଧା ହଷ୍ଟେଲ ଖାଲି କରିବାକୁ କହିଛି । ଯେଉଁ ଛାତ୍ରଛାତ୍ରୀମାନେ କରୋନା ପଜିଟିଭ୍ ହୋଇଛନ୍ତି, ସେମାନଙ୍କ ଠାରେ ସାମାନ୍ୟ ଲକ୍ଷଣ ରହିଛି । ସଂକ୍ରମିତ ଛାତ୍ରଛାତ୍ରୀଙ୍କୁ ଏକ ଅଲଗା ବ୍ଲକରେ ଆଇସୋଲେସନରେ ରଖାଯାଇଛି |

ସୂଚନା ଅନୁଯାୟୀ, ଗତ ଚାରି ଦିନ ମଧ୍ୟରେ ଏହି ବିଶ୍ୱବିଦ୍ୟାଳୟରେ କରୋନାର ଏତେ ସଂଖ୍ୟକ ମାମଲା ରିପୋର୍ଟ ହୋଇଛି । ସ୍ୱାସ୍ଥ୍ୟ ଅଧିକାରୀମାନେ ପରିସ୍ଥିତି ଅନୁଧ୍ୟାନ ପାଇଁ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଆଗାମୀ ଦିନରେ ମାମଲା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

Comments are closed.