ଏଥର ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା

ପୁରୀ – ଚଳିତବର୍ଷ ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା । ରଥଯାତ୍ରା ପ୍ରସ୍ତୁତି ବୈଠକରେ ଏନେଇ ସବୁଜ ସଙ୍କେତ ମିଳିଛି । ଯଦି କୋଭିଡ ସଂକ୍ରମଣ ବଢେ, ତାହା ହେଲେ ବିନା ଭକ୍ତରେ ହେବ ରଥଯାତ୍ରା । ସ୍ଥିତି ଭଲ ଥିଲେ ରଥଯାତ୍ରାରେ ସାମିଲ ହେବେ ଭକ୍ତ ।

ଏନେଇ ଖୁବଶୀଘ୍ର ଆଉ ଏକ ଉଚ୍ଚସ୍ତରୀୟ ବୈଠକ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । କୋଭିଡ ସ୍ଥିତିକୁ ଦେଖି ୨ ପ୍ରକାର ବ୍ୟବସ୍ଥା କରାଯାଇଛି ‌। କୋଭିଡ ସଂକ୍ରମଣ ବଢ଼ିଲେ ବିନା ଭକ୍ତରେ ହେବ ରଥଯାତ୍ରା । କୋଭିଡ ସ୍ଥିତି ନଥିଲେ ରଥଯାତ୍ରାରେ ସାମିଲ ହେବେ ଭକ୍ତ ।

ଭକ୍ତମୟ ପରିବେଶରେ ରଥଯାତ୍ରା କରିବାକୁ ବୈଠକରେ ସେବାୟତମାନେ ଦାବି କରିଥିଲେ । ସବୁ ବିଭାଗ ସେମାନଙ୍କର ଆକ୍ସନ ପ୍ଲାନ୍ ପ୍ରଦାନ କରିଛନ୍ତି ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।

Comments are closed.