କରୋନା ଅପଡେଟ୍: ଦେଶରେ ୩,୨୦୭ ନୂଆ ମାମଲା, ୨୯ ମୃତ

ନୂଆଦିଲ୍ଲୀ:ଦେଶରେ କରୋନା ସଂକ୍ରମଣର ଉପରମୁହାଁ ଗତି ଜାରି ରହିଛି। ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୨୦୭ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏଥିସହ ୨୯ ଜଣଙ୍କର ମୃତ୍ୟୁ ହୋଇଛି। ଦିନକରେ ୩,୪୧୦ ରୋଗୀ ସୁସ୍ଥ ହୋଇଛନ୍ତି। ଦେଶରେ କରୋନା ସକ୍ରିୟ ମାମଲା ୨୦,୪୦୩ ରେ ପହଞ୍ଚିଛି।

ଏହାପୂର୍ବରୁ ମେ ୮ ରେ ୩,୪୫୧ ନୂଆ କରୋନା ମାମଲା ରୁଜୁ ହୋଇଥିଲା ଏବଂ ୪୦ ଜଣଙ୍କର ମୃତ୍ୟୁ ହୋଇଥିଲା। ରବିବାର ସକ୍ରିୟ ମାମଲା ସଂଖ୍ୟା ୨୦,୬୩୫ ରେ ପହଞ୍ଚିଥିଲା। ଅର୍ଥାତ୍ ସୋମବାର ସକ୍ରିୟ ମାମଲାରେ ହ୍ରାସ ଘଟିଛି। ଏଥି ସହିତ ଗତକାଲି ତୁଳନାରେ ମୃତ୍ୟୁ ସଂଖ୍ୟା ମଧ୍ୟ କମ୍ ରହିଛି। ଏହାପୂର୍ବରୁ ମେ ୭ ରେ ୩,୮୦୫ ନୂଆ ମାମଲା ପଞ୍ଜିକୃତ ହୋଇଥିଲା, ଯାହା ମେ ୬ ତୁଳନାରେ ୭.୩ ପ୍ରତିଶତ ଅଧିକ ଥିଲା।

Comments are closed.