ୱାର୍ଲ୍ଡ ସ୍କିଲ ସେଣ୍ଟରରେ ରାଜ୍ୟର ଆଇଟିଆଇ ଏବଂ ପଲିଟେକନିକ ଅଧ୍ୟକ୍ଷଙ୍କୁ ନେଇ ଆୟୋଜିତ ହେଲା ନେତୃତ୍ଵ ବିକାଶ କର୍ମଶାଳା

ଛାତ୍ରଛାତ୍ରୀଙ୍କ ମନରେ ଆଇଟିଆଇ ଏବଂ ପଲିଟେକନିକ ତାଲିମ ପ୍ରତି ସଚେତନତା ସୃଷ୍ଟି କରିବାକୁ ହେବ : ସୁବ୍ରତ ବାଗ୍‌ଚୀ

ଭୁବନେଶ୍ୱର: ଓଡିଶାର ଆଇଟିଆଇ ଏବଂ ପଲିଟେକନିକ ନୂତନ ଭବିଷ୍ୟତ ପରିକଳ୍ପନାର ରୂପରେଖ ହେବେ । କାରଣ ରାଜ୍ୟର ଆଇଟିଆଇ ଏବଂ ପଲିଟେକନିକ କେବଳ ଦକ୍ଷତା ବିକାଶର କେନ୍ଦ୍ରସ୍ଥଳୀ ନୁହେଁ ବରଂ ମାନବ ରୂପାନ୍ତରଣର କେନ୍ଦ୍ର ହେବେ ବୋଲି ଦିନିକିଆ ନେତୃତ୍ଵ ବିକାଶ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଉଲ୍ଲେଖ କରିଥିଲେ । ଆଜି ରାଜ୍ୟର ସମସ୍ତ ୪୯ଟି ଆଇଟିଆଇ ଏବଂ ୩୭ଟି ପଲିଟେକନିକ ଅନୁଷ୍ଠାନର ମୁଖ୍ୟମାନଙ୍କୁ ନେଇ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧୀନରେ ୱାର୍ଲ୍ଡ ସ୍କିଲ ସେଣ୍ଟରଠାରେ ଏକ ନେତୃତ୍ଵ ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆଇଟିଆଇ ଏବଂ ପଲିଟେକନିକମାନେ କିଭଳି ଭାବେ ବ୍ଲକ ଓ ଜିଲ୍ଲା ସ୍ତରରେ ନୂତନ ଦିଗଦର୍ଶନ ଦେଇପାରିବେ ସେ ନେଇ ଶ୍ରୀ ବାଗଚୀ ଏକ ବିଶେଷ ଉପସ୍ଥାପନା ରଖିଥିଲେ ।

ଆଇଟିଆଇ ଏବଂ ପଲିଟେକନିକର ମୁଖ୍ୟମାନଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ବାଗ୍‌ଚୀ କହିଥିଲେ ଯେ ଆଜିର ଦିନରେ ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରେ ଆଇଟିଆଇ ପ୍ରତି ବହୁତ ସମ୍ମାନ ରହିଛି । ପ୍ରଥମେ ତାଲିମ ଅନୁଷ୍ଠାନର ଭିତିଭୂମି ସୁଦୃଢ କରି ତାକୁ ଆକର୍ଷଣୀୟ କରିବା ଉଚିତ । ନିକଟସ୍ଥ ବିଦ୍ୟାଳୟର ଅଷ୍ଟମ ଓ ନବମ ଶ୍ରେଣୀରେ ଅଧ୍ୟୟନ ଛାତ୍ରଛାତ୍ରୀଙ୍କ ମନରେ ଆଇଟିଆଇ ଏବଂ ପଲିଟେକନିକ ତାଲିମ ପ୍ରତି ସଚେତନତା ସୃଷ୍ଟି କରିବାକୁ ହେବ । ପ୍ରତ୍ୟେକ ଆଇଟିଆଇରୁ ଅନ୍ତତଃ ଦଶ ଜଣ ପ୍ରଶିକ୍ଷାର୍ଥୀ ପରବର୍ତ୍ତୀ ପର୍ଯ୍ୟାୟରେ ପଲିଟେକନିକ , ଏସଡିଆଇ କିମ୍ବା ଡବ୍ଲ୍ୟୁଏସସିରେ ତାଲିମ ନେବେ ଏବଂ ଦକ୍ଷତା ପ୍ରତିଯୋଗିତାରେ ଭାଗନେଇ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବେ । ଜିଲ୍ଲା ସ୍ତରରେ ପ୍ରତ୍ୟେକ ଆଇଟିଆଇ ଏବଂ ପଲିଟେକନିକ କ୍ରୀଡା ଉତ୍ସବ ଆୟୋଜନ ସହ ମହିଳାଙ୍କ ନିମନ୍ତେ ସ୍ଵତନ୍ତ୍ର କ୍ରିକେଟ ଓ ଫୁଟବଲ ଦଳ ଗଢିବାକୁ ଅଧକ୍ଷମାନଙ୍କୁ ପରାମର୍ଶ ଦେଇଥିଲେ ।

ପ୍ରତ୍ୟେକ ଆଇଟିଆଇ ଏବଂ ପଲିଟେକନିକ ସ୍ଥାନୀୟ ଚିକିତ୍ସାଳୟ ସହିତ ସହଭାଗିତା କରି ଆଶୁ ବିପତ୍ତି ସମୟରେ ଆବଶ୍ୟକୀୟ ସହଯୋଗର ହାତ ବଢ଼େଇପାରିବେ । ରାଜ୍ୟର ପ୍ରାୟ ୬ ଲକ୍ଷ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ରହିଛନ୍ତି । ସେହି ବିଦ୍ୟାଳୟଗୁଡିକ ସହ ଯୋଗାଯୋଗ କରି ଉକ୍ତ ଛାତ୍ରଛାତ୍ରୀଙ୍କୁ ସ୍କିଲ ତାଲିମ ପ୍ରତି ଆକୃଷ୍ଟ କରିବାକୁ ମଧ୍ୟ ଆହ୍ଵାନ କରିଥିଲେ ।

ସମସ୍ତ ଅଧ୍ୟକ୍ଷଙ୍କୁ ସ୍ଵାଗତ ଜଣାଇ ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକ ରେଘୁ ଜି କହିଥିଲେ ଯେ ଆଜିର କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରୁ ଯୋଗ ଦେଇଥିବା ଅଭିଜ୍ଞ ବ୍ୟକ୍ତିବିଶେଷଙ୍କଠାରୁ ନେତୃତ୍ଵ ବିକାଶ ବିଷୟରେ ବହୁତ କିଛି ଶିଖିବାକୁ ମିଳିବ । ସେ ଏହି ଅବସରରେ ଆହୁରି ମଧ୍ୟ କହିଥିଲେ ଯେ ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ଏବଂ ତାଲିମ ( ଟିଭିଇଟି ) ବ୍ୟବସ୍ଥାରେ ଅଧ୍ଵକରୁ ଅଧିକ ମହିଳାଙ୍କୁ ସାମିଲ କରିବା ଆମର ମୂଳ ଲକ୍ଷ୍ୟ ଅଟେ ।

ନେତୃତ୍ଵ ବିକାଶ କର୍ମଶାଳାରେ ୱାର୍ଲ୍ଡ ସ୍କିଲ ସେଣ୍ଟର ଅଧ୍ୟକ୍ଷ , ସଙ୍ଗରନ ଗୋପାଳ , କ୍ରୁଟ ମହା ପ୍ରବନ୍ଧକ , ଦିସ୍ତୀ ମହାପାତ୍ର , ଅତିରିକ୍ତ ପୋଲିସ କମିଶନର , ଡା ଉମାଶଙ୍କର ଦାସ , ସି ଭି ରମଣ ଗ୍ଲୋବାଲ ୟୁନିଭରସିଟି ଅଧ୍ୟକ୍ଷ , ଡଃ ସଞ୍ଜୀବ କୁମାର ରାଉତ ଏବଂ ସହ – ପ୍ରତିଷ୍ଠାତା , ଜୁଫ୍ରେସ ଫୁଡ୍ସ ପ୍ରା ଲିଃ , ଶ୍ରୀମତି ଅମ୍ବିକା ଶତପଥ ନିଜ ବୃତ୍ତିଗତ କ୍ଷେତ୍ର ଅଭିଜ୍ଞତା ନେଇ ନେତୃତ୍ୱ ବିକାଶ ଉପରେ ଉପସ୍ଥାପନା ରଖିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ , ପିନାକୀ ପଟ୍ଟନାୟକ , ଯୁଗ୍ମ ସଚିବ , ରେଣୁପ୍ରଭା ନାୟକ , ଉପନିର୍ଦ୍ଦେଶକ , ଅଜୟ ପଣ୍ଡା , ସୁଯୋଗ୍ୟ ମିଶ୍ର , ୱାର୍ଲ୍ଡ ସ୍କିଲ ସେଣ୍ଟରର ସ୍କୁଲ ଅଫ ସର୍ଭିସେସ ନିର୍ଦ୍ଦେଶକ , ସୁଗୁଣା ଶ୍ରୀନିବାସନ , ନିର୍ଦ୍ଦେଶକ , ପ୍ରଶାସନ , କେରଓ୍ବିନ ୱିଙ୍ଗ ଉଇକ୍ୟାଟ , ନିର୍ଦ୍ଦେଶକ , ଏକାଡେମୀ , ସୁପିହା ନାଗମଲ ଏବଂ ନିର୍ଦ୍ଦେଶକ , ସ୍କୁଲ ଅଫ ଇଞ୍ଜିନିୟରିଂ , ଚିୟକ ଏଙ୍ଗ ଚୁନ୍ ଉପସ୍ଥିତ ଥିଲେ ।

Comments are closed.