ବ୍ରିଜ ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଶିକ୍ଷକଙ୍କ ନାମରେ ହତ୍ୟା ଅଭିଯୋଗ

ବରଗଡ଼: ବରପାଲି ଥାନା ଭଟିଗାଁ ଗ୍ରାମ ନିକଟସ୍ଥ ରାନିଯୋର ବ୍ରିଜ ତଳୁ ଜଣେ ଯୁବତୀଙ୍କ ମୃତ ଶରୀର ବରପାଲି ପୋଲିସ ଉଦ୍ଧାର କରିଛି । ଘଟଣାରୁ ପ୍ରକାଶ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା |ଘଟଣାସ୍ଥଳରୁ ଏକ ଲେଡିଜ ପର୍ସ ମିଳିଥିଲା । ସେଥିରୁ ମୃତକ ଜଣକ ବରପାଲି ଥାନା ରକସା ପଂଚାୟତ ଅଧିନସ୍ଥ ତେଜଙ୍ଗ ଗ୍ରାମର ଅନ୍ଧାରି ଦୀପ ବୋଲି ଜଣାପଡିଛି । ହେଲେ ଆଜି ସକାଳୁ ସାଇଣ୍ଟିଫିକ ଟିମ ଆସି ଘଟଣା ସ୍ଥଳରେ ପଡିଥିବା ଯୁବତୀଙ୍କ ଅନୁସନ୍ଧାନ କରିଥିବା ବେଳେ ମୃତ ଯୁବତୀଙ୍କ ମାଆ ଆଜି ବରପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେଜଙ୍ଗ ସ୍କୁଲରେ ଶିକ୍ଷକ ଥିବା ଅତାବିରା ଗ୍ରାମର ଗଣନାଥ ମିର୍ଧା ମୋର ଝିଅକୁ ନେଇ ହତ୍ୟାକରିଛି ବୋଲି ସେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ କେସ ନଂ 146/22ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରିଛି । ଶିକ୍ଷକ ଗଣନାଥ ମିର୍ଧା ଫେରାର ଥିବା ବରପାଲି ପୋଲିସ ସୂତ୍ରରୁ ପ୍ରକାଶ। ସେହିପରି ଝିଅର ହତ୍ୟାକାରୀକୁ ଶୀଘ୍ର ଧରି ଦଣ୍ଡିତ ନକରାଗଲେ ଆନ୍ଦୋଳନ ହେବ ବୋଲି ତେଜଙ୍ଗ ଗ୍ରାମବାସୀ ପୋଲିସକୁ ସ୍ପଷ୍ଟ ଭାବେ ଚେତାବନୀ ଦେଇଛନ୍ତି ।

Comments are closed.