ଜ୍ଞାନବାପି ମସଜିଦର ସର୍ଭେ କାର୍ଯ୍ୟ ଶେଷ, ଆସନ୍ତାକାଲି କୋର୍ଟରେ ଦାଖଲ କରାଯିବ ରିପୋର୍ଟ

ବାରାଣସୀ: ବାରାଣସୀର ଜ୍ଞାନବାପି ମସଜିଦର ସର୍ଭେ କାର୍ଯ୍ୟ ସୋମବାର ଶେଷ ହୋଇଛି। ଶନିବାର ଆରମ୍ଭ ହୋଇଥିବା ଏହି କାର୍ଯ୍ୟରେ ସବୁ ପକ୍ଷଙ୍କ ଉପସ୍ଥିତିରେ ମସଜିଦ୍ ଭିତରର ସର୍ଭେ ସହ ଭିଡିଓଗ୍ରାଫି କରାଯାଇଥିଲା। ଆଡଭୋକେଟ୍ କମିଶନର ମଙ୍ଗଳବାର ବାରାଣସୀ କୋର୍ଟରେ ତାଙ୍କ ରିପୋର୍ଟ ଦାଖଲ କରିବେ।

ମେ ୧୨ରେ ବାରାଣସୀ କୋର୍ଟର ଏକ ଖଣ୍ଡପୀଠ ମସଜିଦରେ ଭିଡିଓଗ୍ରାଫି କରିବାକୁ ନିର୍ଦ୍ଦେଶ ଦେଇଥିଲା |

ମସଜିଦର ସର୍ଭେ ସହ ଜଡିତ ବିଷୟ ସମ୍ବେଦନଶୀଳ ଥିବାରୁ ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ଜ୍ଞାନବାପି ମସଜିଦର ପଛ ଭାଗରେ ମା ଶୃଙ୍ଗାର ଗୌରୀଙ୍କ ପୂଜାର୍ଚ୍ଚନା ଏବଂ ଦର୍ଶନ ଦାବିରେ ପାଞ୍ଚଜଣ ମହିଳା କୋର୍ଟରେ ଆବେଦନ କରିଥିଲେ।

ଏହା ସହିତ ସେ ପ୍ଲଟ ନମ୍ବର ୯୧୩୦ (ବିବାଦୀୟ ଜାଗା) ର ଯାଞ୍ଚ୍ ଏବଂ ଭିଡିଓଗ୍ରାଫି ପାଇଁ ମଧ୍ୟ ଦାବି କରିଥିଲେ, ଯାହାକୁ କୋର୍ଟ ଅନୁମତି ଦେଇଥିଲେ ।

ସର୍ଭେ କାର୍ଯ୍ୟର ଗୋପନୀୟତାକଙ ପୁଣି ଥରେ ଦୋହରାଇ ବରାଣସୀ ଜିଲ୍ଲା ମାଜିଷ୍ଟ୍ରେଟ କୌଶଲ ରାଜ ଶର୍ମା କହିଛନ୍ତି ଯେ ଆଡଭୋକେଟ କମିଶନରଙ୍କ ଦ୍ବାରା ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ଏହି ରିପୋର୍ଟ ଆସନ୍ତା ୧୭ ତାରିଖ ଦିନ କୋର୍ଟରେ ଦାଖଲ କରାଯିବ ଏବଂ ସେପର୍ଯ୍ୟନ୍ତ ମସଜିଦ ଭିତରେ କଣ ମିଳିଛି କଣ ନାହିଁ ତାହା ସାଧାରଣରେ ପ୍ରକାଶ କରିବେ ନାହିଁ ।

Comments are closed.