ଗହମ ରପ୍ତାନି କଟକଣା କୋହଳ କଲେ ସରକାର

ନୂଆଦିଲ୍ଲୀ: ଗହମ ରପ୍ତାନି ଉପରେ କଟକଣା କୋହଳ କରିଛନ୍ତି ସରକାର । ସରକାର ନିଷ୍ପତ୍ତି ନେଇଛନ୍ତି ଯେ ମେ ୧୩ କିମ୍ବା ତା ପୂର୍ବରୁ କଷ୍ଟମ ବିଭାଗକୁ ଯାଞ୍ଚ୍ ପାଇଁ ହସ୍ତାନ୍ତର କରାଯାଇଥିବା ଗହମ ରପ୍ତାନି ପାଇଁ ଅନୁମତି ଦିଆଯିବ |

ଭାରତ ତଥା ପଡୋଶୀ ଦେଶରେ ଖାଦ୍ୟ ନିରାପତ୍ତା ଦର୍ଶାଇ ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ ଭାରତ ସରକାର ଶୁକ୍ରବାର ବିଳମ୍ବିତ ରାତିରେ ନିଷ୍ପତ୍ତି ନେଇଥିଲେ

ଚଳିତ ବର୍ଷ ସରକାରଙ୍କ ତରଫରୁ ଗହମ କିଣା ୧୫ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ରହିଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ସରକାର ମାତ୍ର ୧୮ ନିୟୁତ ମେଟ୍ରିକ୍ ଟନ୍ ଗହମ କ୍ରୟ କରିଥିବାବେଳେ ୨୦୨୧-୨୨ ବର୍ଷରେ ୪୩ କୋଟି ମେଟ୍ରିକ୍ ଟନ୍ ଗହମ କ୍ରୟ କରାଯାଇଛି।

Comments are closed.