ଇତିହାସ ରଚିଲେ ନିଖତ୍ ଜରିନ୍, ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଜିତିଲେ ସ୍ବର୍ଣ୍ଣ

ନୂଆଦିଲ୍ଲୀ: ଭାରତର ନିଖତ୍ ଜରିନ୍ ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି |

ଇସ୍ତାନବୁଲରେ ଚାଲିଥିବା ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପର ୫୨ କିଲୋଗ୍ରାମ ଓଜନ ବର୍ଗର ଫାଇନାଲରେ ଥାଇଲ୍ୟାଣ୍ଡର ଜିତପଙ୍ଗ ଜୁଟାମାଙ୍କୁ ପରାସ୍ତ କରି ଟାଇଟଲ୍ ହାସଲ କରିଛନ୍ତି । ଏହା ସହ ନିଖତ୍ ଜରିନ୍ ପଞ୍ଚମ ଭାରତୀୟ ମହିଳା ବକ୍ସର ଭାବେ ବିଶ୍ୱ ଚାମ୍ପିଅନସିପ୍ ଟାଇଟଲ୍ ହୋଇଛନ୍ତି | ତାଙ୍କ ପୂର୍ବରୁ ମେରି କୋମ, ସରିତା ଦେବୀ, ଜେନି ଆରଏଲ ଏବଂ ଲେଖା କେସି ଏହି ଟାଇଟଲ ପାଇଛନ୍ତି |

ବୁଧବାର ସେ ବ୍ରାଜିଲର କାରୋଲିନା ଡି ଆଲମାଇଡାଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ | ୨୫ ବର୍ଷୀୟା ଜରିନ୍ ହେଉଛନ୍ତି ପୂର୍ବତନ ଜୁନିୟର ବିଶ୍ୱ ଚାମ୍ପିଅନ୍ ।

Comments are closed.