ନୂଆ ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କ ୧୭ଟି ସ୍ଥାନରେ ସିବିଆଇ ଚଢ଼ାଉ

ପାଟନା: ସିବିଆଇ ଆରଜେଡି ସୁପ୍ରିମୋ ଲାଲୁ ଯାଦବ ଏବଂ ତାଙ୍କ ଝିଅ ମିସା ଭାରତୀଙ୍କ ବିରୋଧରେ ଏକ ନୂଆ ଦୁର୍ନୀତି ମାମଲା ରୁଜୁ କରିଛି। ଲାଲୁ ଯାଦବଙ୍କ ଏହି ନୂଆ ମାମଲା ସମ୍ପର୍କରେ ଦିଲ୍ଲୀ ଏବଂ ବିହାରର ମୋଟ ୧୭ ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଶୁକ୍ରବାର ସକାଳେ ସିବିଆଇ ଲାଲୁ ଓ ତାଙ୍କ ପତ୍ନୀ ରାବଡୀ ଦେବୀ ଏବଂ ଝିଅ ମିସାଙ୍କ ବାସଭବନରେ ଛାନଭିନ୍ କରିଛି।

ଲାଲୁ ରେଳମନ୍ତ୍ରୀ ଥିବାବେଳେ ରେଳବାଇ ନିଯୁକ୍ତି ସ୍କାମ୍ ମାମଲାରେ ଏହି ଚଢ଼ାଉ କରାଯାଇଛି ବୋଲି ସିବିଆଇ ସୂତ୍ରରୁ ଜଣାପଡ଼ିଛି ।

ଅଭିଯୋଗ ହୋଇଛି ଯେ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ରେଳମନ୍ତ୍ରୀ ଭାବେ ଲାଲୁଙ୍କ କାର୍ଯ୍ୟକାଳରେ ରେଳବାଇରେ ଚାକିରୀ ବଦଳରେ ଅନେକ ଲୋକଙ୍କୁ ଠାରୁ ସେମାନଙ୍କ ଜମି ନିଆଯାଇଥିଲା । ଶେଷ ଥର ପାଇଁ ଲାଲୁଙ୍କ ବାସଭବନରେ ୭ ଜୁଲାଇ ୨୦୧୭ରେ ଚଢାଉ କରାଯାଇଥିଲା।

Comments are closed.