ନିଖୋଜ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ବରଗଡ଼ : ବରଗଡ଼ ଖେଦାପାଲିର ଏକ ଚାଷ ଜମିରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ରାମପ୍ରସାଦ ବେହେରା (୪୫)। ତାଙ୍କ ଘର ସହର ଉପକଣ୍ଠ ବରଡୋଲ ଗ୍ରାମର ।

ସୂଚନା ଅନୁସାରେ ସେ ଗତ ଦୁଇ ଦିନ ହେଲା ଘରୁ ଶୌଚ କରିବାକୁ ପୋଖରୀକୁ ଯାଇ ଆଉ ଘରକୁ ଫେରି ନଥିଲେ । ଏନେଇ ବରଗଡ଼ ଟାଉନ ଥାନାରେ ତାଙ୍କର ପୁଅ ଅଶ୍ୱିନୀ ବେହେରା ଏକ ନିଖୋଜ ରିପୋର୍ଟ ମଧ୍ୟ ଦେଇଥିଲେ । ତେବେ ଆଜି ଶୁକ୍ରବାର ଦିନ ବରଡୋଲ ଖେଦାପାଲି ରାସ୍ତାରେ ଚାଷ ଜମି ଭିତରେ ଥିବା ଏକ ଜାମ୍ବୁ ଗଛରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଦେଖିବାକୁ ମିଳିଛି । ଏହି ଘଟଣାର ଖବରପାଇ ବରଗଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.