ଶ୍ରୀନଗର: ଜାମ୍ମୁ କାଶ୍ମୀରର ବାନିହାଲରେ ଏକ ଚାରି ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ବେଳେ ସୁଡ଼ଙ୍ଗ ଧସିଯିବାରୁ ୪ ଜଣ ଆହତ ହୋଇଛନ୍ତି ଏବଂ ଅନେକ ଲୋକ ଫସି ରହିଛନ୍ତି ।
ଗୁରୁବାର ରାତିରେ ବାନିହାଲର ଖୋନି ନାଲା ଅଞ୍ଚଳରେ ସୁଡ଼ଙ୍ଗ ମୁହାଣରେ ଏକ ଛୋଟ ଅଂଶ ଭୁଶୁଡ଼ି ପଡ଼ିଥିଲା।
ଜାମ୍ମୁ କାଶ୍ମୀର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କହିଛି ଯେ ସୁଡ଼ଙ୍ଗରେ କାର୍ଯ୍ୟ କରୁଥିବା ୧୦ ଶ୍ରମିକ ନିଖୋଜ ଅଛନ୍ତି।
ଅଧିକାରୀ କହିଛନ୍ତି ଯେ ସେନା ଏବଂ ପୋଲିସ ତରଫରୁ ମିଳିତ ଭାବେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଚାଲିଛି। ୪ ଜଣ ଆହତଙ୍କୁ ଉଦ୍ଧାର କରାଯାଇଛି।
ଅନେକ ବୁଲଡୋଜର, ଟ୍ରକ୍ ଏବଂ ଅନ୍ୟାନ୍ୟ ମେସିନ୍ ମଧ୍ୟ ସୁଡ଼ଙ୍ଗ ଭିତରେ ପୋତି ହୋଇ ରହିଥିବା କୁହାଯାଇଛି |
ରାମବାନ୍ ଜିଲ୍ଲାପାଳ ମାସାରତ ଇସଲାମ ଏବଂ ଏସଏସପି ମୋହିତା ଶର୍ମା ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଭିତରେ ଫସି ରହିଥିବା ଲୋକମାନେ ସୁଡ଼ଙ୍ଗର ଅଡିଟ୍ କରୁଥିବା କମ୍ପାନୀର କର୍ମଚାରୀ ବୋଲି କୁହାଯାଇଛି।
Comments are closed.