କୋଟିରେ ଆନ୍ଧ୍ରର ହସ୍ତକ୍ଷେପ ବରଦାସ୍ତ କରାଯିବ ନାହିଁ : କୋରାପୁଟ ଜିଲ୍ଲାପାଳ

କୋରାପୁଟ – କୋଟିଆ ଓଡ଼ିଶାର ରହିଥିଲା, ଏହା ଓଡ଼ିଶାର ହିଁ ରହିବ। ଆନ୍ଧ୍ରର ହସ୍ତକ୍ଷେପ ଓ ଅନଧିକାର ଅନୁପ୍ରବେଶକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର । ଏହି ପଞ୍ଚାୟତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ ବିକାଶର ଧାରାକୁ ଆନ୍ଧ୍ର ରୋକିପାରିବନି। ଯାହା ଜାରି ରହିଥିଲା ସେହି କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ ମଧ୍ୟ ହେବ ବୋଲି ସେ ସାମ୍ବାଦିକଙ୍କୁ କହିଛନ୍ତି ।

କୋଟିଆରେ ଓଡିଶା ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଜାରି ରହିବ । କୋଟିଆର ନେରେଡିୱ୍ବାଲସା ସମେତ ସମସ୍ତ ଗାଁକୁ ପାନୀୟ ଜଳଯୋଗାଣ କାର୍ଯ୍ୟ ଜାରି ରହିବ ଓ ନିର୍ଦ୍ଧାରିତ ସମୟରେ ଶେଷ ହେବ ବୋଲି ସେ କହିଛନ୍ତି । ଆନ୍ଧ୍ରର ସାଲୁର ମଣ୍ଡଳ ଏବଂ ସାରିକି ପଂଚାୟତର ସରପଂଚ ଓ ସରକାରୀ କର୍ମଚାରୀ ଆସି କୋଟିଆର ନେରେଡିୱ୍ବାଲସାର ପାନୀୟ ଜଳ ଯୋଗାଣ କାମକୁ ବନ୍ଦ କରିବା ଘଟଣାରେ ପ୍ରତିକ୍ରିୟା ରଖି ଏଭଳି କହିଛନ୍ତି କୋରାପୁଟ ଜିଲ୍ଲା ପାଳ ।

Comments are closed.