ପାଟଣାଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ହତ୍ୟାକାଣ୍ଡ: କୋଶଲ ମୁକ୍ତି ମୋର୍ଚା ପକ୍ଷରୁ ଥାନାରେ ଧାରଣା

ବଲାଙ୍ଗୀର: ପାଟଣାଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ହତ୍ୟାକାଣ୍ଡର ଅଭିଯୁକ୍ତମାନଙ୍କୁ ପୁଲିସ ଧରିବାରେ ଏ ପର୍ଯ୍ୟନ୍ତ ବିଫଳ ହୋଇଥିବାରୁ ଏହାର ପ୍ରତିବାଦସ୍ବରୂପ କୋଶଲ ମୁକ୍ତି ମୋର୍ଚା ପକ୍ଷରୁ ଏସଡିପିଓ ଅଫିସ ଘେରାଉ କରିବା ସହିତ ଧାରଣା ଦିଆଯାଇଛି।

ପ୍ରକାଶ ଥାଉକି, ଗତ ୬ ତାରିଖରେ ପାଟଣାଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କୁ କିଛି ଲୋକ ଅନ୍ୟତ୍ର ହତ୍ୟା କରି ବନକାବିଅର ଗ୍ରାମ ନିକଟରେ ଥିବା ଏକ ନିଛାଟିଆ କପା ଆଟରେ ଫିଙ୍ଗି ଦେଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏ ସମ୍ପର୍କରେ ପାଟଣାଗଡ଼ ପୁଲିସ ତଦନ୍ତ କରୁଥିବା ବେଳେ ବର୍ତ୍ତମାନ ୧୭ ଦିନ ପରେ ବି ପୁଲିସର ହାତ ଖାଲି ରହିଥିବାରୁ ଏହାର ପ୍ରତିବାଦ ଜଣାଉଛି କୋଶଲି ମୁକ୍ତି ମୋର୍ଚା।

Comments are closed.