କଂଗ୍ରେସରୁ ଇସ୍ତଫା ଦେଲେ କପିଲ ସିବଲ, ସମାଜବାଦୀ ପାର୍ଟିର ସମର୍ଥନରେ ସ୍ବାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ

ନୂଆଦିଲ୍ଲୀ: କଂଗ୍ରେସକୁ ପୁଣି ଏକ ବଡ଼ ଝଟକା । ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ କପିଲ ସିବଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସମାଜବାଦୀ ପାର୍ଟିର ସମର୍ଥନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଆଜି ରାଜ୍ୟସଭା ନିର୍ବାଚନ ପାଇଁ ବୁଧବାର ନାମାଙ୍କନ ଦାଖଲ କରିବା ପରେ ସେ ଏହା ସ୍ପଷ୍ଟ କରିଛନ୍ତି । ସିବଲ କହିଛନ୍ତି ଯେ ସେ ମେ ୧୬ରେ କଂଗ୍ରେସ ଦଳରୁ ଇସ୍ତଫା ଦେଇସାରିଛନ୍ତି । ସ୍ବାଧୀନ ପ୍ରାର୍ଥୀ ଭାବେ ତାଙ୍କୁ ସମର୍ଥନ କରିଥିବାରୁ ସେ ଅଖଳେଶଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

କପିଲ ସିବଲ କହିଛନ୍ତି ଯେ ସେ ସର୍ବଦା ଏକ ନିରପେକ୍ଷ ସ୍ବର ହେବାକୁ ଚାହୁଁଥିଲେ । ଏକ ନିରପେକ୍ଷ ସ୍ବର ହେବା ଗୁରୁତ୍ୱପୂର୍ଣ୍ଣ । ମୋଦି ସରକାରଙ୍କ ମୁକାବିଲା ଲାଗି ସେ ବିରୋଧୀ ଦଳଙ୍କୁ ନେଇ ଏକ ମେଣ୍ଟ କରିବାକୁ ଚାହୁଁଛନ୍ତି ।

କପିଲ ସିବଲ କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀ ଜି -୨୩ ର ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ। ସେ ଅନେକ ଥର କଂଗ୍ରେସ ନେତୃତ୍ବକୁ ସମାଲୋଚନା କରିବା ସହ ଦଳର ସାଂଗଠନିକ ପରିବର୍ତ୍ତନ ପାଇଁ ଦାବି କରିଥିଲେ ।

ନିକଟରେ ଭେଟେରାନ ନେତା ସୁନୀଲ ଜାଖରଙ୍କ ସହ ହାର୍ଦ୍ଦିକ ପଟେଲ କଂଗ୍ରେସ ଛାଡିଥିଲେ। ଏବେ କପିଳ ସିବଲଙ୍କ ଇସ୍ତଫା ପରେ ଦଳକୁ ଶକ୍ତ ଧକ୍କା ଲାଗିଛି ।

Comments are closed.