ମଙ୍କିପକ୍ସ: ଲକ୍ଷଣ ଥିବା ରୋଗୀଙ୍କୁ ଅଲଗା ରଖିବାକୁ ରାଜ୍ୟଙ୍କୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ: ବିଶ୍ବର ଅନେକ ଦେଶରେ ମଙ୍କିପକ୍ସ ମାମଲା ବଢୁଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ସତର୍କ ହୋଇପଡିଛି। ଏହି ରୋଗର ଲକ୍ଷଣ ଥିବା ରୋଗୀଙ୍କ ଉପରେ ନଜର ରଖିବା ପାଇଁ ଡାକ୍ତରଖାନାଗୁଡ଼ିକୁ ନିର୍ଦ୍ଦେଶ ଦେବା ପାଇଁ କେନ୍ଦ୍ର ସମସ୍ତ ରାଜ୍ୟକୁ ପରାମର୍ଶ ଦେଇଛି। ଏହିପରି ରୋଗୀଙ୍କୁ ଅଲଗା ସ୍ୱାସ୍ଥ୍ୟକେନ୍ଦ୍ରରେ ରଖିବାକୁ କୁହାଯାଇଛି।

ସୂଚନାନୁସାରେ, ଏପର୍ଯ୍ୟନ୍ତ କେବଳ ଜଣେ ବ୍ୟକ୍ତିଙ୍କୁ ମଙ୍କିପକ୍ସ ଲକ୍ଷଣ ପାଇଁ କ୍ବାରେଣ୍ଟାଇନରେ ରଖାଯାଇଛି। ବ୍ୟକ୍ତି ଜଣକ ନିକଟରେ କାନାଡ଼ା ଯାଇଥିବା କୁହାଯାଇଛି । ପୁଣେର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି(ଏନ୍ଆଇଭି)ରେ ଏହି ବ୍ୟକ୍ତିଙ୍କ ନମୁନାର ପରୀକ୍ଷାରୁ ସେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇନାହିଁ। ଯେଉଁ ବିମାନ ବନ୍ଦରରେ ଯାତ୍ରୀ ପହଞ୍ଚିଥିଲେ, ତାହା ପ୍ରକାଶ କରାଯାଇ ନାହିଁ। ବ୍ରିଟେନ, ଇଟାଲୀ, ପର୍ତ୍ତୁଗାଲ, ସ୍ପେନ୍, କାନାଡା ଏବଂ ଆମେରିକାରୁ ମଙ୍କିପକ୍ସ ମାମଲା ରିପୋର୍ଟ କରାଯାଇଛି।

ସୂଚନାନୁସାରେ, ଥରେ ଏହି ରୋଗ ମାଙ୍କଡମାନଙ୍କ ମଧ୍ୟରେ ବ୍ୟାପିଥିଲା, ତେଣୁ ଏହାର ନାମ ମଙ୍କିପକ୍ସ ରଖାଯାଇଛି | ମଙ୍କିପକ୍ସ ଭୂତାଣୁ ଜୁନୋସିସ୍ ବର୍ଗର | ଅର୍ଥାତ୍ ଏହା ଏପରି ଏକ ରୋଗ ଯାହା ପଶୁମାନଙ୍କଠାରୁ ମଣିଷକୁ ଡେଇଁଥାଏ |

Comments are closed.