ରାଷ୍ଟ୍ରପତି ନିର୍ବାଚନ ପାଇଁ ଠିକ୍ ସମୟରେ ନିଷ୍ପତ୍ତି : ବିଜେଡି ଉପସଭାପତି

ଭୁବନେଶ୍ୱର – ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ପାଇଁ ଠିକ୍ ସମୟରେ ବିଜେଡି ତା’ର ଆଭିମୁଖ୍ୟ ସ୍ପଷ୍ଟ କରିବା । ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି ଦଳର ଉପସଭାପତି ଶଶୀ ବେହେରା କହିଛନ୍ତି ।

ନିର୍ବାଚନ ପାଇଁ ବିଜେଡି ପାଖରେ ସଂଖ୍ୟା ଅଛି । ଯେଉଁ ପ୍ରାର୍ଥୀ ଆସିବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବେ। ମୁଖ୍ୟମନ୍ତ୍ରୀ ସଠିକ ସମୟରେ ନିଷ୍ପତି ନେବେ । ମୁଖ୍ୟମନ୍ତ୍ରୀଙ୍କ ଉପରେ ଓଡିଶାବାସୀଙ୍କ ଭରସା ରହିଛି ବୋଲି ସେ କହିଛନ୍ତି ।

ନବୀନ ସରକାରଙ୍କ ପଞ୍ଚମ ପାଳିରେ ତୃତୀୟ ବର୍ଷର ଉପଲବ୍ଧି ସଂପର୍କରେ ସେ କହିଛନ୍ତି ଯେ, ସ୍ୱାସ୍ଥ୍ୟ,ଶିକ୍ଷା ,ମହିଳା ସଶକ୍ତିକରଣ ସହ ବିପର୍ଯ୍ୟୟ ମୁକାବିଲା ପାଇଁ ନୂଆ ଟେକ୍ନୋଲୋଜି ବ୍ୟବହାର କରାଯାଇଛି। ଆଗାମୀ ବହୁବର୍ଷକୁ ଦୃଷ୍ଟିରେ ରଖି ସରକାର ପଦକ୍ଷେପ ନେଇଛନ୍ତି।

Comments are closed.