ନବୀନ ସରକାରଙ୍କ ସଫଳ କୋଭିଡ ପରିଚାଳନା ଅନୁକରଣୀୟ, ଅଦ୍ୱିତୀୟ

ଭୁବନେଶ୍ବର: ଆଜି ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେଡି ସରକାରଙ୍କର ପଞ୍ଚମ ପାଳିର ତିନି ବର୍ଷ ପୂର୍ତ୍ତି ପୂରିଛି । ପଞ୍ଚମ ପାଳିର ଏହି ତିନି ବର୍ଷରେ ରାଜ୍ୟ ସରକାର ଅନେକ ପ୍ରଶଂସନୀୟ ଲୋକ କଲ୍ୟାଣକାରୀ ପଦକ୍ଷେପ ନେଇଛନ୍ତି । କିନ୍ତୁ ଏକ ଆହ୍ବାନମୂଳକ ସମୟରେ ନବୀନ ସରକାରଙ୍କ କୋଭିଡ ମୁକାବିଲା ବଡ ଉପଲବ୍ଧି ହୋଇ ରହିଛି ବୋଲି କୁହାଯାଇପାରିବ । ରାଜ୍ୟ ସରକାରଙ୍କ କୋଭିଡ ମୁକାବିଲା ପଦକ୍ଷେପ ଜାତିସଂଘ ଦ୍ବାରା ବି ଉଚ୍ଚ ପ୍ରଶଂସିତ ହୋଇଛି । ଜାତୀୟ ସ୍ତରରେ ଓଡିଶା ପାଲଟିଛି ରୋଲ୍ ମଡେଲ । ନବୀନଙ୍କ ପଞ୍ଚମ ପାଳିର ପ୍ରଥମ ତିନି ବର୍ଷ ଖୁବ ଆହ୍ବାନମୂଳକ ଥିଲା ।ଏହାର କାରଣ ହେଉଛି କୋଭିଡ ମହାମାରୀ । ହେଲେ ମୁଖ୍ୟମନ୍ତ୍ରୀଙ୍କ ସଠିକ ଓ ସମୟୋଚିତ ରଣନୀତି ଯୋଗୁଁ ରାଜ୍ୟରେ କୋଭିଡକୁ ସଫଳତାର ସହ ନିୟନ୍ତ୍ରଣ କରାଯାଇପାରିଛି । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁଁ ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା କମ ରହିଛି । ଓଡିଶାର କୋଭିଡ ମୁକାବିଲା ପଦକ୍ଷେପକୁ ଜାତିସଂଘ ସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉଚ୍ଚ ପ୍ରଶଂସା କରିଛନ୍ତି । କେନ୍ଦ୍ର ସରକାରଙ୍କ ପୂର୍ବରୁ ରାଜ୍ୟ ସରକାର କୋଭିଡ ନିୟନ୍ତ୍ରଣ ପଦକ୍ଷେପ ନେଇଥିଲେ ।

ଯେତେବେଳେ କୋଭିଡ ବାବଦରେ କହିଲେ, ସେତେବେଳେ ପାର୍ଲାମେଣ୍ଟ ଓ ରାଜ୍ୟ ବିଧାନସଭା ଚାଲିଥିଲା । ପାର୍ଲିଆମେଣ୍ଟ ଚାଲିଥିବାବେଳେ ରାଜ୍ୟ ସରକାର ବିଧାନସଭାକୁ ବନ୍ଦ କରି ଲକଡାଉନ ଘୋଷଣା କରିଥିଲେ । ପ୍ରତ୍ୟେକ ଜୀବନ ମୂଲ୍ୟବାନ । ଏହା କେବଳ ସ୍ଲୋଗାନରେ ସୀମିତ ନଥିଲା । କାର୍ଯ୍ୟରେ ବି ପରିଣତ କରି ଦେଖାଇଥିଲେ ରାଜ୍ୟ ସରକାର । ମହାମାରୀର ସତ୍ତ୍ୱେ ରାଜ୍ୟରେ ଜୀବନ ଜୀବିକା ସେତେ ପ୍ରଭାବିତ ହୋଇନଥିଲା । ରାଜ୍ୟ ସରକାରଙ୍କ ଅନୁକରଣୀୟ ସଫଳ କୋଭିଡ ପରିଚାଳନା ଏ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।

Comments are closed.