ରାଜ୍ୟସଭା ନିର୍ବାଚନ ଓ ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର- ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ରଞ୍ଜନ ମଙ୍ଗରାଜ , ବିଜେଡି ମୁଖପାତ୍ର ସୁଲତା ଦେଓ, ଡକ୍ଟର ସସ୍ମିତ ପାତ୍ର ଓ ଆଦିବାସୀ ନେତା ନିରଞ୍ଜନ ବିଶିଙ୍କୁ ପ୍ରାର୍ଥୀ ଭାବେ ମନୋନୀତ କରିଛନ୍ତି ବିଜେଡି ସୁପ୍ରିମୋ । ଉପନିର୍ବାଚନ ପାଇଁ ନିରଞ୍ଜନ ବିଶି ପ୍ରାର୍ଥୀ ହେବେ ।

Comments are closed.