ନେପାଳ: ନିଖୋଜ ବିମାନର ଭଗ୍ନାବଶେଷ ମିଳିଲା

କାଠମାଣ୍ଡୁ: ନେପାଳର ନିଖୋଜ ଯାତ୍ରୀବାହୀ ବିମାନର ଭଗ୍ନାବଶେଷ ମିଳିଛି । ନେପାଳ ସେନାର ସୂଚନା ଅନୁଯାୟୀ ହିମାଳୟର ମାନାପାଥିରେ ବିମାନର ଭଗ୍ନାବଶେଷ ଠାବ କରାଯାଇଛି। ବିମାନରେ ୪ ଭାରତୀୟଙ୍କ ସହ ୨୨ ଜଣ ଯାତ୍ରୀ ଥିଲେ । ଯାତ୍ରୀଙ୍କ ମୃତାହତ ସମ୍ପର୍କରେ କୌଣସି ସୂଚନା ନାହିଁ । ସେନା ଅଧିକାରୀମାନେ ଦୂରରୁ ଧୂଆଁ ଉଠୁଥିବା ଦେଖି ବିମାନଟି ଠାବ କରିଥିଲେ। ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟ କଷ୍ଟସାଧ୍ୟ ହୋଇଛି।

ନେପାଳର ତାରା ଏୟାରର ଏକ ଡବଲ୍ ଇଞ୍ଜିନ୍ ଯାତ୍ରୀବାହୀ ବିମାନ ଆଜି ସକାଳ ୯:୫୫ ରେ ପୋଖରାରୁ ଜୋମସୋମ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା । ପରେ ବିମାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।

Comments are closed.