ବାରବାଟୀ ଟି-୨୦ ପାଇଁ କାଲିଠାରୁ ଅନଲାଇନ ଟିକେଟ ବିକ୍ରି

କଟକ – ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀ ଟି-୨୦ ମ୍ୟାଚ ପାଇଁ ଆସନ୍ତାକାଲି ସକାଳ ୧୧ଟାଠାରୁ ଆରମ୍ଭ ହେବ ଅନଲାଇନ୍ ଟିକେଟ୍ ବିକ୍ରି। ୫ ହଜାର ଟିକେଟ ଅନ୍‌ଲାଇନରେ ବିକ୍ରି କରାଯିବ। ଗ୍ୟାଲେରୀ ନମ୍ବର ୨, ୪, ୭, ସ୍ପେଶାଲ ଏନକ୍ଲୋଜର, ନ୍ୟୁ ପାଭିଲିୟନ ଏବଂ ଏସି ବକ୍ସ ପାଇଁ ବିକ୍ରି କରାଯିବ ଟିକେଟ।ନିଜର ପରିଚୟ ପ୍ରମାଣପତ୍ର ଦେଖାଇ ଫୋନ୍ ନମ୍ବର ଓ ଇମେଲ ଆଇଡ଼ି ଦେଇ ବୁକ କରିହେବ ଟିକେଟ୍। ଜଣେ ବ୍ୟକ୍ତି କେବଳ ଦୁଇଟି ଟିକେଟ ବୁକିଂ କରିପାରିବେ। ଜୁନ ୯ ତାରିଖରୁ ବାରବାଟୀ ଷ୍ଟାଡିୟମର ଟିକେଟ୍ କାଉଣ୍ଟରରେ ଅଫଲାଇନ ଟିକେଟ ମିଳିବ। ବାରବାଟୀରେ ଆସନ୍ତା ଜୁନ୍ ୧୨ ତାରିଖରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-20 ମ୍ୟାଚ୍। ମ୍ୟାଚ୍ ପାଇଁ ଓସିଏ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି।

Comments are closed.