ବିଜେପିରେ ଯୋଗଦେବେ ହାର୍ଦ୍ଦିକ ପଟେଲ

ଅହମ୍ମଦାବାଦ: ହାର୍ଦ୍ଦିକ ପଟେଲ ବିଜେପିରେ ମିଶିବେ । ଗୁଜରାଟ ମୁଖ୍ୟ ସିଆର୍ ପାଟିଲଙ୍କ ଉପସ୍ଥିତିରେ ଜୁନ୍ ୨ ରେ ହାର୍ଦ୍ଦିକ ବିଜେପିରେ ଯୋଗଦେବେ ବୋଲି ଦଳର ଜଣେ ମୁଖପାତ୍ର ସ୍ପଷ୍ଟ କରିଛନ୍ତି।

ହାର୍ଦ୍ଦିକ ପଟେଲ ଚଳିତ ମାସରେ କଂଗ୍ରେସ ଦଳ ଛାଡିଥିଲେ। ଗତ ସପ୍ତାହରେ ହାର୍ଦ୍ଦିକ ପଟେଲ କହିଥିଲେ ଯେ ଗୁଜରାଟ ନିର୍ବାଚନ ଆସିଲେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିବେ।

ଆସନ୍ତା ବର୍ଷ ଗୁଜରାଟରେ ବିଧାନସଭା ନିର୍ବାଚନ ହେବ। କଂଗ୍ରେସ ଛାଡିବା ପୂର୍ବରୁ ହାର୍ଦ୍ଦିକ ପଟେଲ ଦଳର ନେତୃତ୍ବକୁ ଆକ୍ରମଣ କରି ବିଜେପିର ନିଷ୍ପତ୍ତି ନେବା କ୍ଷମତାକୁ ପ୍ରଶଂସା କରିଥିଲେ। ହାର୍ଦ୍ଦିକ ପଟେଲ ଦଳରେ ଯୋଗଦେବେ ବୋଲି ଗୁଜରାଟ ବିଜେପି ମୁଖପାତ୍ର ଯଜ୍ଞେଶ ଡାଭେ ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି।

୨୦୧୯ରେ ହାର୍ଦ୍ଦିକ ପଟେଲ କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସ ଛାଡିବା ପରେ ହାର୍ଦ୍ଦିକ ପଟେଲ ସୋସିଆଲ ମିଡିଆରେ ଯାହା ଲେଖୁଥିଲେ ତାହା ସୂଚାଇ ଦେଉଥିଲା ଯେ ସେ ବିଜେପିରେ ଯୋଗ ଦେଇପାରନ୍ତି।

Comments are closed.