ଏମକେସିଜିରେ ୩୫ ପିଜି ଡାକ୍ତରଙ୍କୁ ନିଯୁକ୍ତି 

ବ୍ରହ୍ମପୁର – ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ୩୫ ଜଣ ପିଜି ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି ।ରାଜ୍ୟ ସ୍ୱାସ୍ଥ୍ୟ ଓ ପରିମଳ କଲ୍ୟାଣ ବିଭାଗ ତରଫରୁ ନିଯୁକ୍ତି ଦିଆଯାଇଛି । ଏମାନଙ୍କ କାର୍ଯ୍ୟକାଳ ୨୦୨୩ ମସିହା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ରହିବ । ଏମାନଙ୍କ ମଧ୍ୟରୁ ୨୮ ଜଣ ଏମକେସିଜିରୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ବୁର୍ଲା ଭିମସାରର ୩ ଜଣ, କଟକ ଏସସିବି ଓ ଜଣେ ରାୟଗଡ଼ାରୁ ଉତ୍ତୀର୍ଣ୍ଣ ହୋଇଥିଲେ । ନବନିଯୁକ୍ତ ପିଜି ଡାକ୍ତରଙ୍କ ମଧ୍ୟରୁ ନିଶ୍ଚେତକ ବିଭାଗରେ ୪ ଜଣ, ବାୟୋ କେମିଷ୍ଟ୍ରୀରେ ୨, କମ୍ୟୁନିଟି ମେଡ଼ିସିନ ରେ ୨, ଜେନେରାଲ ମେଡିସିନରେ ୫, ଜେନେରାଲ ସର୍ଜରୀରେ ୪, ସ୍ତ୍ରୀ ଓ ପ୍ରସୂତି ବିଭାଗରେ ୪, ମାଇକ୍ରୋ ବାୟୋଲୋଜିରେ ୨, ଅସ୍ଥି ବିଭାଗରେ ୨, ଚକ୍ଷୁ ବିଭାଗରେ ୨ , ପାଥୋଲୋଜିରେ ୪, ଫାର୍ମାକୋଲୋଜିରେ ଜଣେ, ମାନସିକ ରୋଗ ବିଭାଗରେ ଜଣେ, ରେଡିଓଲୋଜି ବିଭାଗରେ ଜଣେ ଏବଂ ଜଣେ ନିଯୁକ୍ତ ହୋଇଛନ୍ତି । ଆସନ୍ତା ୨୦୨୩ ମସିହା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଏମାନଙ୍କର ନିଯୁକ୍ତି ର ବୈଧତା ରହିବ । ଡାକ୍ତର ନିଯୁକ୍ତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଧନ୍ୟବାଦ ଜଣାଇଛନ୍ତି । ବ୍ରହ୍ମପୁରର ସମସ୍ୟା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଦୃଷ୍ଟି ରହିଛି ବୋଲି ବିଧାୟକ ବିକ୍ରମ ପଣ୍ଡା କହିଛନ୍ତି ।

Comments are closed.