କାଲି ବ୍ରଜରାଜନଗର ଉପନିର୍ବାଚନର ଭୋଟ ଗଣତି

ଝାରସୁଗୁଡ଼ା – ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନର ଭୋଟ ଗଣତି ହେବ। ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲରେ ଭୋଟ ଗଣତି ହେବ। ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସକାଳ ୮ଟାରୁ ଭୋଟ ଗଣତି ହେବ। ଏଥିପାଇଁ ୧୪ଟି ଟେବୁଲ କରାଯାଇଛି। ୨୦ ରାଉଣ୍ଡ ଗଣତି ହେବ। ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, ମାଇକ୍ରୋ ଅବଜରଭର ଓ କାଉଣ୍ଟିଂ ଆସିଷ୍ଟାଣ୍ଟ ରହି ଗଣତିର ତଦାରଖ କରିବେ।

ଝାରସୁଗୁଡା ଏସପି ରାହୁଲ ଜୈନ କହିଛନ୍ତି ଯେ, ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସବୁ ଗେଟ୍‌ରେ ପୋଲିସ କର୍ମଚାରୀ ଜଗିବେ। ମୋବାଇ ପାଟ୍ରୋଲିଂ ଗାଡ଼ି ବୁଲିବା ସହ ଷ୍ଟ୍ରାଇକ୍ରିଂ ଫୋର୍ସ ମୁତୟନ ରହିବେ। ଷ୍ଟ୍ରଙ୍ଗରୁମ ସାମ୍ନାରେ ସିସିଟିଭି ଲଗା ଯାଇଛି। ରାଜନୈତିକ ଦଳର ପ୍ରତିନିଧିମାନେ ସେମାନେ କାଉଣ୍ଟିଂ ଦେଖି ପାରିବେ। କୌଣସି ଅସୁବିଧା ହେଲେ ସବକଲେକ୍ଟର ବା ରିଟର୍ନିଂ ଅଫିସରଙ୍କୁ ସେମାନେ ଜଣାଇପାରିବେ। ବ୍ରଜରାଜନଗର ଉପନିର୍ବାଚନ ପାଇଁ ମଙ୍ଗଳବାର ହୋଇଥିଲା ଭୋଟଗ୍ରହଣ। ମତଦାନ ହାର ୭୧.୫୩% ରହିଥିଲା ।

ନିର୍ବାଚନ ମଇଦାନରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି, ବିଜେପିର ରାଧାରାଣୀ ପଣ୍ଡା, କଂଗ୍ରେସର କିଶୋର ପଟେଲ, ସିପିଆଇର ରମେଶ କୁମାର ତ୍ରିପାଠୀ, ହିନ୍ଦୁସ୍ତାନ ନିର୍ମାଣ ଦଳର ବିଜୟ କୁମାର ଜାଳାନାଙ୍କ ସମେତ ଅବ୍ୟୟଭାରତୀ ଶେଖାୱତ ରାଜପୁତ ଜୈନ, ମନୋଜ ମେହେର, ଆଦିତ୍ୟ ପ୍ରଧାନ, ଦିନବନ୍ଧୁ ବିଶ୍ୱାଳ,ସୀତାରାମ ବେହେରା ଓ ସୁପ୍ରିତ କୁମାର ବେହେରା ଥିବାବେଳେ ଲଢ଼େଇ ମୁଖ୍ୟତଃ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହୋଇଛି।

Comments are closed.