କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ୩,୯୬୨ ନୂଆ ମାମଲା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୯୬୨ ନୂଆ କୋଭିଡ ମାମଲା ରିପୋର୍ଟ ହୋଇଛି। ଗତକାଲି ତୁଳନାରେ ଦୈନିକ ମାମଲାରେ ସାମାନ ଅ ହ୍ରାସ ଘଟିଛି । ଶୁକ୍ରବାର କରୋନାର ୪,୦୪୧ ମାମଲା ଆସିଥିଲା । ଅନ୍ୟପକ୍ଷରେ ଦେଶର ସକ୍ରିୟ ରୋଗୀ ସଂଖ୍ୟା ୨୨,୪୧୬ କୁ ବୃଦ୍ଧି ପାଇଛି, ଯାହା ମୋଟ ମାମଲାର ୦.୦୫ ପ୍ରତିଶତ ଅଟେ ।

ଗତ ୨୪ ଘଣ୍ଟା ମଧ୍ୟରେ ୨,୬୯୭ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି । ଏଥସହ ଦେଶରେ କରୋନାରୁ ସୁସ୍ଥ ହେଉଥିବା ମୋଟ ଲୋକଙ୍କ ସଂଖ୍ୟା ୪,୨୬,୨୫,୪୫୪ କୁ ବୃଦ୍ଧି ପାଇଛି । ଦେଶର କରୋନାର ଦୈନିକ ପଜିଟିଭିଟି ହାର ୦.୮୯ ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ୦.୭୭ ପ୍ରତିଶତ ରହିଛି। ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୪,୪୫,୮୧୪ କୋଭିଡ୍ ଟେଷ୍ଟ କରାଯାଇଥିଲା । ଏଯାବତ୍ ମୋଟ ୮୫,୨୨,୦୯,୭୮୮ ନମୁନା ପରୀକ୍ଷା ହୋଇଛି ।

Comments are closed.