କୋର୍ବେଭାକ୍ସକୁ ବୁଷ୍ଟର ଡୋଜ୍ ଭାବେ ଡିସିଜିଆଇର ମଞ୍ଜୁରୀ

ନୂଆଦିଲ୍ଲୀ: ବାୟୋଲୋଜିକାଲ୍ ଇ’ ର କରୋନା ଟିକା କୋର୍ବେଭାକ୍ସକୁ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସର ଲୋକଙ୍କ ପାଇଁ ଏକ ବୁଷ୍ଟର୍ ଡୋଜ୍ ଭାବରେ ଜରୁରୀକାଳୀନ ବ୍ୟବହାର ପାଇଁ ଭାରତୀୟ ଡ୍ରଗ୍ସ ନିୟାମକ ଡିସିଜିଆଇ ମଞ୍ଜୁରୀ ପ୍ରଦାନ କରିଛନ୍ତି | ଏପ୍ରିଲ୍ ଶେଷରେ ୫ ରୁ ୧୨ ବର୍ଷ ବୟସର ପିଲାମାନଙ୍କ ପାଇଁ କୋର୍ବେଭାକ୍ସକୁ ଡିସିଜିଆଇ ଅନୁମୋଦନ କରିଥିଲେ | ସେପର୍ଯ୍ୟନ୍ତ ୧୨-୧୪ ବର୍ଷ ବୟସର ଲୋକଙ୍କୁ ଏହି ଟିକା ଦିଆଯାଉଥିଲା |

ମେ ମାସରେ ବାୟୋଲୋଜିକାଲ୍ ଇ’ ଘରୋଇ କୋର୍ବେଭାକ୍ସର ଦର ଡୋଜ୍ ପିଛା ୮୪୦ ରୁ ୨୫୦ ଟଙ୍କାକୁ ହ୍ରାସ କରିଥିଲା ​​| କମ୍ପାନୀ କହିଛି ଯେ କୋର୍ବେଭାକ୍ସ ହେଉଛି ଭାରତର ପ୍ରଥମ ଟିକା ଯାହାକି ‘ହେଟେରୋଲୋଗସ୍’ କୋଭିଡ ବୁଷ୍ଟର ଭାବେ ଅନୁମୋଦିତ ହୋଇଛି। ଅର୍ଥାତ୍ ଆପଣ କୋଭାକ୍ସିନ୍ କିମ୍ବା କୋଭିଶିଲ୍ଡ ଟିକା ନେଇଥିଲେ ମଧ୍ୟ କୋର୍ବେଭାକ୍ସ ବୁଷ୍ଟର୍ ଡୋଜ୍ ନେଇପାରିବେ। ବାୟୋଲୋଜିକାଲ୍ ଇ’ ବୁଷ୍ଟର୍ ଡୋଜ୍ କୋଭାକ୍ସିନ୍ କିମ୍ବା କୋଭିଶିଲ୍ଡର ଦୁଇଟି ଡୋଜର ଛଅ ମାସ ମଧ୍ୟରେ ଦିଆଯାଇପାରେ |

Comments are closed.