ନୋଟରୁ ହଟିବ ମହାତ୍ମା ଗାନ୍ଧୀଙ୍କ ଛବି ? ଆରବିଆଇ ଦେଲା ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ଦେଶରେ ସମ୍ପ୍ରତି ପ୍ରଚଳିତ ମୁଦ୍ରା ଏବଂ ବ୍ୟାଙ୍କ୍ ନୋଟରେ କୌଣସି ପରିବର୍ତ୍ତନ କରିବାକୁ ବିଚାର କରାଯାଉ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ସ୍ପଷ୍ଟ କରିଛି। ବ୍ୟାଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ କିଛି ଗଣମାଧ୍ୟମରେ ନୋଟ୍ ଓ ମୁଦ୍ରାରେ ମହାତ୍ମା ଗାନ୍ଧୀଙ୍କ ଛବିକୁ ହଟାଇ ଅନ୍ୟ ଲୋକଙ୍କ ଫଟୋ ସ୍ଥାନିତ କରାଯିବ ବୋଲି ଖବର ପ୍ରକାଶିତ ହୋଇଥିଲା । ଏପରି କୌଣସି ପ୍ରସ୍ତାବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ କହିଛି।

ନିକଟରେ କିଛି ଗଣମାଧ୍ୟମର ଖବର ଆସିଥିଲା ​​ଯେ ଅର୍ଥ ମନ୍ତ୍ରଣାଳୟ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆ ସିରିଜ୍ ନୋଟରେ ରବୀନ୍ଦ୍ରନାଥ ଟାଗୋର ଏବଂ ମିସାଇଲ୍ ମ୍ୟାନ୍ ପୂର୍ବତନ ରାଷ୍ଟ୍ରପତି ଏପିଜେ କଲାମଙ୍କ ଛବି ସହିତ ନୂଆ ସିରିଜ୍ ନୋଟ୍ ଛାପିବାକୁ ଚିନ୍ତା କରୁଛନ୍ତି। ତେବେ ଆରବିଆଇ ଏହି ଖବର ଖଣ୍ଡନ କରି ଏଭଳି କୌଣସି ଯୋଜନା ନାହିଁ ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ସ୍ପଷ୍ଟ କରିଛି ।

Comments are closed.