ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପ୍ରତିବାଦରେ କୁଏତରେ ଭାରତୀୟ ସାମଗ୍ରୀ ବର୍ଜନ

ନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିବାଦ ଘନେଇବାରେ ଲାଗିଛି । ଏଥିପାଇଁ ଆରବ ରାଷ୍ଟ୍ର ଗୁଡ଼ିକରେ ଭାରତ ବିରୋଧୀ ଅଭିଯାନ ଆରମ୍ଭ ହୋଇଛି । କୁଏତରେ ଭାରତୀୟ ସାମଗ୍ରୀର ବର୍ଜନ କରାଯାଇଛି ।

କୁଏତର ସବୁ ସୁପର ମାର୍କେଟରୁ ଭାରତୀୟ ସାମଗ୍ରୀ ହଟାଯାଇଛି । କୁଏତର ଅଲ-ଆରଡିଆ କୋ-ଅପରେଟିଭ୍ ସୋସାଇଟି ଷ୍ଟୋର୍‌ରେ କାମ କରୁଥିବା କର୍ମଚାରୀ ଦୋକାନରୁ ଭାରତୀୟ ଚା ’ଏବଂ ଅନ୍ୟାନ୍ୟ ଦ୍ରବ୍ୟ ବାହାର କରି ଦେଇଛନ୍ତି।

ଏହାଛଡ଼ା ଅନ୍ୟ ଆରବ ରାଷ୍ଟ୍ର ଗୁଡ଼ିକରେ ସୋସିଆଲ ମିଡ଼ିଆରେ #BoycottIndia ଟ୍ରେଣ୍ଡ କରିବାରେ ଲାଗିଛି ।

ପ୍ରଫେଟ ମହମ୍ମଦ ବିରୋଧୀ ମନ୍ତବ୍ୟ ପାଇଁ କୂଟନୈତିକ ସ୍ତରରେ ମଧ୍ୟ ଝଡ଼ ସୃଷ୍ଟି ହୋଇଛି । ଗୋଟିଏ ପରେ ଗୋଟିଏ ଇସଲାମିକ ଦେଶ ନିଜ ଦେଶରେ ଅବସ୍ଥିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସମନ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଇସଲାମ ବିରୋଧୀ ମନ୍ତବ୍ୟ ପାଇଁ କତାର ଭାରତକୁ କ୍ଷମା ମାଗିବାକୁ କହିଥିଲା । କେବଳ ଆରବ ରାଷ୍ଟ୍ର ସମୂହ ନୁହଁ ବରଂ ଇଣ୍ଡୋନେସିଆ, ଇଜିପ୍ଟ, ମାଳଦ୍ବୀପ ମଧ୍ୟ ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିଜେପି ନେତାଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି।

Comments are closed.