ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ: ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଦିଲ୍ଲୀ ପୋଲିସ ଏକ ବଡ଼ ଖୁଲାସା କରିଛି। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ହିଁ ଏହି ମାମଲାର ମାଷ୍ଟରମାଇଣ୍ଡ ବୋଲି ପୋଲିସ କହିଛି। ଏହାଛଡ଼ା ଏହି ମାମଲାରେ ଏପର୍ଯ୍ୟନ୍ତ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ଏବଂ ଅଧିକ ତଦନ୍ତ ଚାଲିଥିବା କୁହାଯାଇଛି ।

ଦିଲ୍ଲୀ ପୋଲିସ୍ ସ୍ପେଶାଲ୍ ସେଲ୍ କହିଛି ଯେ, ମୁସେୱାଲା ହତ୍ୟାକାଣ୍ଡ ପାଇଁ ବହୁ ପୂର୍ବରୁ ଯୋଜନା ହୋଇଥିଲା ଏବଂ ତଦନୁଯାୟୀ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ଲରେନ୍ସ ବିଷ୍ଣୋଇ ମୁଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ସିଦ୍ଧେଶ ହିରାମଲଙ୍କ ସକ୍ରିୟ ଭୂମିକା ମଧ୍ୟ ସାମ୍ନାକୁ ଆସିଛି। ତଦନ୍ତ ବେଳେ ବିକାଶ ମହାଲେଙ୍କ ନାମ ଆସିବା ପରେ ଦିଲ୍ଲୀ ପୋଲିସ ତାଙ୍କୁ ମଧ୍ୟ ଗିରଫ କରିଥିଲା।

ଅନ୍ୟପକ୍ଷରେ ମୁସେୱାଲା ହତ୍ୟା ମାମଲାରେ ଅନ୍ୟ ଯେଉଁ ଅଭିଯୁକ୍ତଙ୍କ ନାମ ଉଠିଛି, ସେ ଏହି ଗାୟକଙ୍କ ଅତି ଘନିଷ୍ଠ ଥିଲା ବୋଲି କୁହାଯାଉଛି। ଦିଲ୍ଲୀ ପୋଲିସର କହିବାନୁସାରେ, ଉଭୟ ପୂର୍ବରୁ ଏକାଠି ଗୁଳି ଚଳାଇବା ଅଭ୍ୟାସ କରୁଥିଲେ। ଦୁହେଁ ପରସ୍ପରକୁ ଭଲ ଭାବେ ଜାଣିଥିଲେ। ଦିଲ୍ଲୀ ପୋଲିସ କହିଛି ଯେ ସାର୍ପ ସୁଟର୍ ମହାକଲ ଓରଫ୍ ସିଦ୍ଧେଶ ହିରାମଲଙ୍କ ଗିରଫଦାରୀ ପରେ ଏହି ମାମଲାରେ ଅନେକ ଲିଙ୍କ୍ ସ୍ପଷ୍ଟ ହେବ। ପଚରାଉଚରା ବେଳେ ଲରେନ୍ସ ବିଷ୍ଣୋଇ ଦେଇଥିବା ତଥ୍ୟ ଆଧାରରେ ଏହି ମାମଲାର ତଦନ୍ତ ଜାରି ରହିଛି।

Comments are closed.