ଇଞ୍ଜିନରୁ ନିଆଁ ଲାଗି ଜଳିଗଲା ବସ, ସବୁ ଯାତ୍ରୀ ସୁରକ୍ଷିତ

କେନ୍ଦୁଝର – କେନ୍ଦୁଝର ଜିଲ୍ଲାରେ ଆଜି ଭୋରରେ କାଞ୍ଜିପାଣି ଘାଟି ନିକଟରେ ଏକ ଚଳନ୍ତା ବସ୍ ଇଞ୍ଜିନରୁ ନିଆଁ ଲାଗି ଜଳିଯାଇଛି।

ସୂଚନା ଅନୁଯାୟୀ, ରାଉରକେଲାରୁ ୩୦ ଯାତ୍ରୀଙ୍କୁ ନେଇ ଏକ ଘରୋଇ ବସ୍ କେନ୍ଦୁଝର ଆସୁଥିଲା। କାଞ୍ଜିପାଣି ଘାଟି ନିକଟରେ କୌଣସି କାରଣରୁ ଇଞ୍ଜିନରୁ ନିଆଁ ଲାଗି ଯାଇଥିଲା।ବସ୍ ଭିତରେ ଥିବା କେ‌ତେକ ଯାତ୍ରୀ ବସ ଇଞ୍ଜିନରୁ ଧୂଆଁ ବାହାରିବା ଦେଖି ବସକୁ ଅଟକାଇବାକୁ କହିଥିଲେ। ବସ ରହିବା ପରେ ସେଥିରୁ ସୁରକ୍ଷିତ ଭାବେ ସବୁ ଯାତ୍ରୀ ଓହ୍ଲାଇ ପଡ଼ିଥିଲେ। କିନ୍ତୁ ବସଟି ସଂପୂର୍ଣ୍ଣ ଜଳିଯାଇଥିଲା। ଅନ୍ୟ ଏକ ବସରେ ସମସ୍ତ ଯାତ୍ରୀ ଗନ୍ତବ୍ୟସ୍ଥଳକୁ ଯାଇଥିବାର ସୂଚନା ମିଳିଛି। ତେବେ ବସରେ କିପରି ନିଆଁ ଲାଗିଥିଲା ତାହା ଜଣାପଡ଼ିନାହିଁ। ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବାର ଅନୁମାନ କରାଯାଉଛି।

Comments are closed.