କଣ୍ଠ ଦେଇଙ୍କ ଦୁଃଖ ବୁଝିଲେ ପାଟଣାଗଡ ବିଧାୟକ, ଘର ନିର୍ମାଣ ପ୍ରତିଶ୍ରୁତି ସହ ୫୦ହଜାର ସହାୟତା

ବଲାଙ୍ଗୀର: କଣ୍ଠ ଦେଇଙ୍କ ଦୁଃଖ ବୁଝିଲେ ବିଧାୟକ ସରୋଜ ମେହେର । ପାଟଣାଗଡ଼ ବ୍ଲକ୍ ବାଲିପଟା ଗାଁର କଣ୍ଠ ଦେଇ ବିଶି ନାମକ ଜଣେ ୭୦ ବର୍ଷ ବୃଦ୍ଧା ପରିତ୍ୟକ୍ତ ଘରେ ରହୁଥିଲେ ।

ଏନେଇ ଗତ ୮ ତାରିଖରେ ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ହେବା ପରେ ବ୍ଲକ୍ ପ୍ରଶାସନ ତତ୍ପରତା ଦେଖାଇଥିଲା । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବୃଦ୍ଧାଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ । ପରେ ବ୍ଲକ ପ୍ରଶାସନ ପକ୍ଷରୁ ବଲାଙ୍ଗିର ଦେଓଗାଁ ସ୍ଥିତ ଜରାନିବାସକୁ ସ୍ଥାନାନ୍ତର କରିଥିଲେ। ତେବେ ସେଠାରେ ରହିବା ଲାଗି ସମ୍ପୂର୍ଣ୍ଣ ଅନିଚ୍ଛା ପ୍ରକାଶ କରିବା ସହ ପୁଣି ସେ ନିଜ ଝିଅ-ଜ୍ବାଇଁ ରହୁଥିବା ସୋଲବନ୍ଧ ସ୍ଥିତ ଘରକୁ ଫେରି ଆସିଥିଲେ।

ଖବର ପାଇ ପାଟଣାଗଡ଼ ବିଧାୟକ ସରୋଜ ମେହେର ସନିବାର ସୋଲବନ୍ଦ ଗାଁରେ ପହଞ୍ଚିଥିଲେ। କଣ୍ଠ ଦେଇଙ୍କ ପାଇଁ ଏକ ରହିବା ଘର ନିର୍ମାଣ ପାଇଁ ବିଧାୟକ ତାଙ୍କ ନିଜ ଦରମାରୁ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବାର ପ୍ରତିଶ୍ରୁତି ଦେବା ସହ ଆର୍ଥିକ ସହାୟତା ୫୦ହଜାର ଟଙ୍କା କଣ୍ଠ ଦେଇଙ୍କୁ ପ୍ରଦାନ କରିଥିଲେ।

Comments are closed.