ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚେଇବା ହିଁ ଆମର ମୂଳ ଲକ୍ଷ୍ୟ ହେବା କଥା : ଏସପି

ସୁବର୍ଣ୍ଣପୁରରେ ବିଶ୍ୱ ରକ୍ତଦାତା ଦିବସ ପାଳନ 

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଠାରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇ ଯାଇଛି l ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ.(ଭାରପ୍ରାପ୍ତ) ଡା ପଦ୍ମହଂସା ଦୋରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଚେତନତା ସଭାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଶ୍ୱ ରକ୍ତଦାତା ଦିବସରେ ସମସ୍ତ ସୁସ୍ଥ ବ୍ୟକ୍ତି ରକ୍ତଦାନ କରିବା ସକାଶେ ସଂକଳ୍ପ ନେବାକୁ ଆହ୍ୱାନ କରିଥିଲେ l

ସମ୍ମାନିତ ଅତିଥି ଭାବେ ପୂର୍ବତନ ପୌରlଧ୍ୟକ୍ଷା ପ୍ରକାଶ ସାହୁ, ଡ. ମଞ୍ଜୁରାଣୀ ସିଂ, ଏ.ଡି.ପି.ଏଚ୍.ଓ (ଏଫ୍ ଡବ୍ଲ୍ୟୁ), ଡି ପି ଏମ୍ ବିଶ୍ୱମ୍ବର ବେହେରା , ସମାଜସେବୀ ତଥା ରକ୍ତ ଭଣ୍ଡାର ମେନେଜମେଣ୍ଟ କମିଟି ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ ପ୍ରମୁଖ ମଂଚାସୀନ ଥିଲେ l ଏହି ଅବସରରେ ସକାଳ ୭ଘଣ୍ଟା ସମୟରେ ସୋନପୁର କଲେଜ ଏନ୍ ସି ସି ଅଧକ୍ଷ ଲେଫ୍ଟନେଣ୍ଟ ଆଶୀଷ ଅଗ୍ରୱାଲଙ୍କ ନେତୃତ୍ୱ ରେ ସମର ଶିକ୍ଷ୍ୟାଥୀ ବାହିନୀ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସ୍ୱଚ୍ଛ ଭାରତ ସଂଗଠନ, ଜିଲ୍ଲା ରକ୍ତଦାତା ସେବା ସଂଘ , ପାଏଁରୀ, ଓ ଅଗ୍ରଣୀ ସମାଜସେବୀ ସଂଗଠନ, କର୍ମକର୍ତାଙ୍କୁ ନେଇ ବିଭିନ୍ନ ସ୍ଲୋଗାନ ଦେଇ ଏକ ସଚେତନତା ଶୋଭାଯାତ୍ରା ସାରା ସହର ପରିକ୍ରମା କରିଥିଲେ l ଆୟୋଜିତ ସଚେତନତା ସଭାରେ ଜିଲ୍ଲାର ୬ ଟି ବ୍ଲକର ୬ ଟି ସଂଗଠନକୁ ସମର୍ଦ୍ଧିତ କରାଯାଇ ଥିଲା l ପରେ ଜିଲ୍ଲା ରକ୍ତ ଭଣ୍ଡାର କେନ୍ଦ୍ରରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡାଙ୍କ ପରୋହିତ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଥିଲା l

Comments are closed.