ବିରୋଧୀଙ୍କୁ ଝଟକା, ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନାକଲେ ଶରଦ ପାୱାର

ମୁମ୍ବାଇ: ରାଷ୍ଟ୍ରପତି ନିର୍ବାଚନ ନେଇ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ତରଫରୁ ଡକାଯାଇଥିବା ବୈଠକର ଦିନକ ପୂର୍ବରୁ ବିରୋଧୀ ଦଳଙ୍କୁ ଝଟକା ଲାଗିଛି । ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ଏନସିପି ମୁଖ୍ୟ ଶରଦ ପାୱାର ମନା କରିଦେଇଛନ୍ତି । ପାଓ୍ବାରଙ୍କ ସହ ଏକ ବୈଠକରେ ଶରଦ ପାୱାର ସ୍ପଷ୍ଟ କରିଛନ୍ତି ଯେ ସେ ବିରୋଧୀ ପ୍ରାର୍ଥୀ ଭାବରେ ରାଷ୍ଟ୍ରପତି ନିନିର୍ବାଚ ଲଢ଼ିବାକୁ ଚାହୁଁ ନାହାଁନ୍ତି।

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ | ବର୍ତ୍ତମାନ ପର୍ଯ୍ୟନ୍ତ ଏନଡିଏ ଏବଂ ବିରୋଧୀ ଦଳରୁ କୌଣସି ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ। ତେବେ ରାଷ୍ଟ୍ରପତି ନିର୍ବାଚନରେ ​​ମିଳିତ ବିରୋଧୀ ପ୍ରାର୍ଥୀ ଭାବରେ ଶରଦ ପାୱାରଙ୍କୁ ଛିଡ଼ା କରାଇବା ପାଇଁ କଂଗ୍ରେସ ଜିଦ୍ ଧରିଛି।

କଂଗ୍ରେସ ନେତାମାନଙ୍କୁ ଭେଟିବା ପରେ ପାୱାର ଏନସିପି ନେତାମାନଙ୍କୁ ସ୍ପଷ୍ଟ କରିଛନ୍ତି ଯେ ସେ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଆଗ୍ରହୀ ନୁହଁନ୍ତି। ଶରଦ ପାୱାର କହିଛନ୍ତି, ମୁଁ ଦୌଡ଼ରେ ନାହିଁ। ମୁଁ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହେବି ନାହିଁ।

କଂଗ୍ରେସ ଏବଂ ଶିବସେନା ଶରଦ ପାୱାରଙ୍କୁ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ କରିବା ସପକ୍ଷରେ ଅଛନ୍ତି ବୋଲି କୁହାଯାଉଛି । କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ସୋନିଆ ଗାନ୍ଧୀଙ୍କ ବାର୍ତ୍ତା ନେଇ ଶରଦ ପାୱାରଙ୍କୁ ଭେଟିଛନ୍ତି। ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏବଂ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ସହ କଥା ହୋଇଥିଲେ । ରାଷ୍ଟ୍ରପତି ନିର୍ବାଚନ ପାଇଁ ମିଳିତ ପ୍ରାର୍ଥୀ ନେଇ ବିରୋଧୀଙ୍କ ସହ ଆଲୋଚନା କରିବାର ଦାୟିତ୍ବ ମଲ୍ଲିକାର୍ଜୁନ ଖାର୍ଜଙ୍କୁ ଦେଇଛନ୍ତି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ । ସେପଟେ ରାଷ୍ଟ୍ରପତି ନିର୍ବାଚନ ଉପରେ ରଣନୀତି ପ୍ରସ୍ତୁତ କରିବା ପାଇଁ ମମତା ବାନାର୍ଜୀ ବୁଧବାର ବିରୋଧୀ ଦଳମାନଙ୍କ ଏକ ବୈଠକ ଡକାଇଛନ୍ତି ।

Comments are closed.