ଜମ୍ମୁ-କାଶ୍ମୀର: ସେନା ଅପରେସନରେ ବ୍ୟାଙ୍କ ମ୍ୟାନେଜରଙ୍କ ହତ୍ୟାରେ ସମ୍ପୃକ୍ତ ଆତଙ୍କବାଦୀ ନିପାତ

ଶ୍ରୀନଗର: ମଙ୍ଗଳବାର ବିଳମ୍ବିତ ରାତିରେ ସେନା ଅପରେସନରେ ଦୁଇଜଣ ଲଶ୍କର-ଇ-ତଇବା ଆତଙ୍କବାଦୀ ନିହତ ହୋଇଛନ୍ତି । ଜମ୍ମୁ କାଶ୍ମୀର ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି। କାଶ୍ମୀର ଜୋନର ପୋଲିସ ଟ୍ୱିଟ୍ କରି କହିଛନ୍ତି ଯେ ନିହତ ଦୁଇ ଆତଙ୍କବାଦୀ ଲଶ୍କର ସହ ଜଡିତ ଅଛନ୍ତି ଏବଂ ସେମାନଙ୍କୁ ଚିହ୍ନଟ କରାଯାଉଛି। ଏହା ଜାମ୍ମୁ କାଶ୍ମୀର ପୋଲିସ ଏବଂ ସେନାର ମିଳିତ ଅପରେସନ ଥିଲା।

ପୋଲିସ ଦ୍ୱାରା ପ୍ରସ୍ତୁତ ଅନ୍ୟ ଏକ ଟ୍ୱିଟରେ ଏହା କୁହାଯାଇଛି – ଜଣେ ଆତଙ୍କବାଦୀଙ୍କୁ ଶୋପିୟାନର ଜାନ୍ ମହମ୍ମଦ ବୋଲି ଚିହ୍ନଟ କରାଯାଇଛି। ଜାନ୍ ମହମ୍ମଦ ଜୁନ ୨ରେ କୁଲଗାମରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ହତ୍ୟାରେ ସମ୍ପୃକ୍ତ ଥିଲା। ହତ୍ୟାର ଶିକାର ବ୍ୟାଙ୍କ ମ୍ୟାନେଜର ବିଜୟ କୁମାର ରାଜସ୍ଥାନର ହନୁମାନଗଡର ବାସିନ୍ଦା ଥିଲେ।

Comments are closed.