ଗିରଫ ହେଲେ କୋଟିପତି ବିଡିଓ

ଜଳେଶ୍ୱର – ଗିରଫ ହେଲେ ଜଳେଶ୍ୱର କୋଟିପତି ବିଡିଓ ଅଶ୍ୱିନୀ କୁମାର ଦାସ । ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାରେ ବିଡିଓଙ୍କୁ ଗିରଫ କରାଯାଇଛି । ବିଡିଓଙ୍କ କୋଟି କୋଟି ଟଙ୍କାର ସମ୍ପତି ଠାବ ହେବା ପରେ ଭିଜିଲାନ୍ସ ତାଙ୍କ ଜଳେଶ୍ୱର ସ୍ଥିତ ବାସଭବନରୁ ତାଙ୍କୁ ଗିରଫ କରିଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଜଳେଶ୍ୱର ବିଡ଼ିଓଙ୍କ ଜଳେଶ୍ୱର ସ୍ଥିତ ସରକାରୀ ବାସଭବନ ସମେତ ୬ଟି ସ୍ଥାନରେ ୬ଟି ଟିମ ଚଢାଉ କରିଥିଲେ । ଜଳେଶ୍ୱର ବିଡିଓ ଅଶ୍ୱିନୀ ଦାସଙ୍କର କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରେ ରହିଛି ୨୪ଟି ପ୍ଲଟ୍‌। ସେହିପରି କଟକ ୪୨ ମୌଜା କଳାପଡ଼ାରେ ଗୋଟିଏ ତିନି ମହଲା ବିଶିଷ୍ଟ କୋଠା ରହିଛି। ଯାହାର ଆନୁମାନିକ ମୂଲ୍ୟ ୧.୨୨ କୋଟି ଟଙ୍କା ହେବ। ଏହାଛଡ଼ା କଟକ ୪୨ ମୌଜାର ଶ୍ରୀକୃଷ୍ଣ ବିହାର ଝିଙ୍କିରିଆରେ ତାଙ୍କର ଆଉ ଗୋଟିଏ ଦୁଇ ମହଲା ବିଶିଷ୍ଟ ଘର ରହିଛି। ଯାହାର ଆନୁମାନିକ ମୂଲ୍ୟ ୧.୧୦ କୋଟି ଟଙ୍କା ହେବ। ଏହା ବ୍ୟତୀତ ତାଙ୍କରଙ୍କର କଟକରେ ଗୋଟିଏ ଇଟା ଫେକ୍ଟ୍ରୀ ରହିଛି । ବିଡିଓ ଙ୍କଠାରୁ ଭିଜିଲାନ୍ସ ନଗଦ ୧.୭୦ ଲକ୍ଷ ଟଙ୍କା, ୩୩୦ ଗ୍ରାମ ସୁନା, ୧ କେଜି ରୁପା, ୪ଟି ଚାରି ଚକିଆ ଗାଡ଼ି ଓ ୩ଟି ଦୁଇ ଚକିଆ ଗାଡ଼ି ଠାବ କରିଛି।

Comments are closed.