କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୧୨,୮୯୯ ନୂଆ ମାମଲା, ସକ୍ରିୟ ରୋଗୀ ସଂଖ୍ୟା ୭୦ ହଜାର ଉପରେ

ନୂଆଦିଲ୍ଲୀ: ଭାରତରେ ଦିନକରେ କୋଭିଡ-୧୯ର ୧୨,୮୯୯ ନୂଆ ମାମଲା ରିପୋର୍ଟ ହୋଇଛି । ନୂଆ ମାମଲାକୁ ମିଶାଇ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୩୨,୯୬,୬୯୨ କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୭୨,୪୭୪ରେ ପହଞ୍ଚିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ ଯୋଗୁଁ ଆଉ ୧୫ ଜଣଙ୍କର ମୃତ୍ୟୁ ପରେ ଭାରତରେ ମୋଟ କୋଭିଡ୍ ମୃତ୍ୟୁ ୫,୨୪,୮୫୫ କୁ ବୃଦ୍ଧି ପାଇଛି।

ମନ୍ତ୍ରଣାଳୟ କହିଛି ଯେ ଦେଶରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୭୨,୪୭୪ ରେ ପହଞ୍ଚିଛି, ଯାହା ମୋଟ ରୋଗର ୦.୧୭ ପ୍ରତିଶତ । ଅନ୍ୟପକ୍ଷରେ ସୁସ୍ଥତା ହାର ୯୮.୬୨ ପ୍ରତିଶତ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ରୋଗୀ ସଂଖ୍ୟା ୪,୩୬୬ ବୃଦ୍ଧି ପାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଦୈନିକ ସଂକ୍ରମଣ ହାର ୨.୮୯ ପ୍ରତିଶତ ଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ୨.୫୦ ପ୍ରତିଶତ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୪,୨୬,୯୯,୩୬୩ ଲୋକ ସୁସ୍ଥ ହୋଇଛନ୍ତି ଏବଂ ମୃତ୍ୟୁ ହାର ୧.୨୧ ପ୍ରତିଶତ ରହିଛି।

ମନ୍ତ୍ରଣାଳୟ କହିଛି ଯେ ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ୧୯୬.୧୪ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି।

Comments are closed.