ଘଣ୍ଟାକ ମଧ୍ୟରେ ୩,୧୮୨ ପୁଶ୍-ଅପ୍, ଅଷ୍ଟ୍ରେଲୀୟ ଆଥଲେଟଙ୍କ ବିଶ୍ବରେକର୍ଡ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଜଣେ ଆଥଲେଟ୍ ଏକ ଘଣ୍ଟା ମଧ୍ୟରେ ସର୍ବାଧିକ ପୁଶ୍-ଅପ୍ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି | ଏନେଇ ଗିନିଜ ୱାର୍ଲ୍ଡ ରେକର୍ଡ ପକ୍ଷରୁ ଔପଚାରିକ ଘୋଷଣା କରାଯାଇଛି। ସୂଚନା ଅନୁଯାୟୀ, ଅଷ୍ଟ୍ରେଲିଆର ଡାନିଏଲ୍ ସ୍କାଲି ଏକ ଘଣ୍ଟା ମଧ୍ୟରେ ୩,୧୮୨ ପୁଶ୍ ଅପ୍ କରି ଏହି ନୂଆ ବିଶ୍ୱ ରେକର୍ଡ କରିଛନ୍ତି |

ଡାନିଏଲ୍ ସ୍କାଲି ଆଥଲେଟ୍ ଜାରାଡ୍ ୟଙ୍ଗଙ୍କ ରେକର୍ଡ ଭାଙ୍ଗିଛନ୍ତି। ଜାରାଡ୍ ୨୦୨୧ରେ ଏକ ଘଣ୍ଟା ମଧ୍ୟରେ ୩,୦୫୪ ପୁଶ୍-ଅପ୍ କରିଥିଲେ, କିନ୍ତୁ ସ୍କାଲି ଘଣ୍ଟାକରେ ୧୨୮ ଅଧିକ ପୁଶ୍ଅପ୍ କରି ଜାରାଡଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି | ଏବେ ସେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କର ଏହି ସଫଳତା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି |

ଡାନିଏଲ୍ କହିଛନ୍ତି ଯେ ତାଙ୍କ ପିଲାଦିନ ବଡ଼ କଷ୍ଟରେ କଟିଥିଲା । ସେ ଅନେକ ଶାରୀରିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ | ସେ କହିଛନ୍ତି, ତାଙ୍କୁ ଅନେକ ଥର ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଥିଲା, କିନ୍ତୁ ସେ କେବେ ହାର୍ ମାନିନଥିଲେ।

ଉଲ୍ଲେଖଯୋଗ୍ୟ ଯେ ବିଶ୍ୱ ରେକର୍ଡ ଭାଙ୍ଗୁଥିବା ଅଷ୍ଟ୍ରେଲୀୟ ଆଥଲେଟଙ୍କ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଗିନିଜ୍ ୱାର୍ଲ୍ଡ ରେକର୍ଡ ଏହାର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଭିଡିଓ ପୋଷ୍ଟ କରିଛି | ଏହି ଭିଡିଓଟି ୟୁଟ୍ୟୁବରେ ଏଯାବତ୍ ୬୦ ହଜାରରୁ ଅଧିକ ଥର ଦେଖାଯାଇଛି |

ସୂଚନାଯୋଗ୍ୟ ଯେ ଏକ ଘଣ୍ଟା ମଧ୍ୟରେ ସର୍ବାଧିକ ପୁଶ୍-ଅପ୍ କରିଥିବା ଡାନିଏଲ୍ ସ୍କାଲି ଏହା ପୂର୍ବରୁ ଆଉ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ | ସେ ସବୁଠୁ ଅଧିକ ସମୟ ଧରି ଆବଡୋମିନାଲ୍ ପ୍ଲାଙ୍କ୍ ପୋଜିସନ୍ ପାଇଁ ମଧ୍ୟ ରେକର୍ଡ କରିଛନ୍ତି |

Comments are closed.