ସୁବର୍ଣ୍ଣପୁରରେ ଚାଲିଥିଲା ବଜ୍ରକାପ୍ତା ଡିଲ, ୨ ଦଲାଲକୁ ଧରିଲା ଏସଟିଏଫ୍

ସୁବର୍ଣ୍ଣପୁର : ବଜ୍ରକାପ୍ତା ବିକ୍ରି ପାଇଁ ଡ଼ିଲ୍ ବେଳେ ଧରିଲା ଏସଟିଏଫ୍‌। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସମ୍ମୁଖରେ ବଜ୍ରକାପ୍ତା ବିକ୍ରି ପାଇଁ ଡ଼ିଲ ସମୟରେ ଦୁଇ ଦଲାଲଙ୍କୁ ଧରିଛି STFl ଏଥିସହ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରି ବିନିକା ବନବିଭାଗ କାର୍ଯ୍ୟାଳୟକୁ ଅଣାଯାଇଛି l

ଖବର ଅନୁଯାୟୀ, ଡୁଙ୍ଗୁରିପାଲି ଥାନା ସମ୍ମୁଖରେ ଶନିବାର ରାତି ପ୍ରାୟ ୯ଟା ସମୟରେ ବଜ୍ରକାପ୍ତାକୁ ବିକ୍ରି କରିବା ପାଇଁ ଡ଼ିଲ ହେଉଥିବା ବେଳେ ଏସଟିଫ ପଞ୍ଝା ରେ ଦୁଇଜଣ ଦଲାଲ ଧରାପଡ଼ିଛନ୍ତି l ଗିରଫ ଦୁଇ ଜଣ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ଲୋଇଁସିଂହା ଥାନା ଶଙ୍ଖୁଆ ଗାଁର ଅଶୋକ ବିଶୀ ଓ ଡୁଡୁକା ଗାଁର ଜୟକୁମାର ପଟେଲ l ବଜ୍ରକାପ୍ତାର ଓଜନ ୮ କେଜି ୯୦୦ ଗ୍ରାମ୍ l ବଜ୍ରକାପ୍ତାର ପ୍ରାଥମିକ ଚିକିତ୍ସା କରାଯାଇଛି l ବଲାଙ୍ଗୀର ଜିଲ୍ଲା ଲୋଇଁସିଂହା ଥାନା ଛେଳିଆ ଜଙ୍ଗଲରୁ ଶଙ୍ଖୁଆ ଗ୍ରାମର ଅଶୋକ ବିଶି ଏହାକୁ ଧରି ଆଣିଥିବା ଜଣାଯାଇଛି l

Comments are closed.